ଭୁବନେଶ୍ୱର : ବିଲ୍ଡ ଇଣ୍ଡିଆ ହାକାଥନରେ ଶ୍ରେଷ୍ଠ ପୁରସ୍କାର ଜିତିଲେ KIIT ଛାତ୍ର । କିଟ ବିଶ୍ବବିଦ୍ୟାଳୟ କମ୍ପ୍ୟୁଟର ଇଞ୍ଜିନିୟରିଂ ସ୍କୁଲର ଷଷ୍ଠ ସେମିଷ୍ଟର ଛାତ୍ର ସ୍ୱୟମ୍ ମିଶ୍ର । ବିଲ୍ଡ ଇଣ୍ଡିଆ ହାକାଥନରେ ପ୍ରଥମ ପୁରସ୍କାର ପାଇ ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି । ବେଙ୍ଗାଳୁରୁରେ ଆନ୍ଥ୍ରୋପିକ, ରେପ୍ଲିଟ୍ ଏବଂ ଲାଇଟସ୍ପିଡ୍ ଭେଞ୍ଚର ପାର୍ଟନର୍ସ ଦ୍ୱାରା ଆୟୋଜିତ ହୋଇଥିଲା ହାକାଥନ୍ ।
ଏହି ହାଥନ ଦ୍ରୁତ ପ୍ରୋଟୋଟାଇପିଂ ଏବଂ ନବସର୍ଜନା ମାଧ୍ୟମରେ ଭାରତରେ ବାସ୍ତବ-ବିଶ୍ୱ ଚ୍ୟାଲେଞ୍ଜର ମୁକାବିଲା ପାଇଁ AI-ନେଟିଭ୍ ସମାଧାନ ବିକାଶ ଉପରେ ଧ୍ୟାନ ଦେଇଥିଲା । ସ୍ୱୟମଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁ ତାଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଛି। ସେ ନଗଦ ପୁରସ୍କାର , ଇଣ୍ଟର୍ଣ୍ଣସିପ୍ ସୁଯୋଗ ସହିତ ଏକ ପ୍ରି-ପ୍ଲେସମେଣ୍ଟ ଅଫର (ପିପିଓ) ମଧ୍ୟ ପାଇଛନ୍ତି। କିଟ ଓ କିସ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ସ୍ୱୟମଙ୍କୁ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।
