Sunday, September 27, 2026
24.7 C
Odisha

    ବିଲ ଗେଟ୍ସଙ୍କ ବଡ଼ ଚେତାବନୀ, AI ର ଦୁରୁପଯୋଗ ହେଲେ ଯାଇପାରେ ୧୦୦ କୋଟି ଲୋକଙ୍କ ଜୀବନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟ୍ସଙ୍କ ବଡ଼ ଚେତାବନୀ ଦେଇଛନ୍ତି ।  AI ଏବେ ବେଶ ଶକ୍ତିଶାଳୀ ହୋଇସାରିଛି ।  ଏହାର ଦୁରୁପଯୋଗ ହେଲେ ଏଭଳି ପରିସ୍ଥିତି ସୃଷ୍ଟି ହେବ ଯେଉଁଥିଲେ ପ୍ରାୟ ୧୦୦ କୋଟି ଲୋକଙ୍କ ଜୀବନ ଯାଇପାରେ ।  ତେଣୁ AI ଉପରେ କେବଳ କମ୍ପାନୀଗୁଡ଼ିକର ନିୟନ୍ତ୍ରଣ ଯଥେଷ୍ଟ ନୁହେଁ ।  କଠୋର ସରକାରୀ ନିୟମ ଓ ନୀରିକ୍ଷଣ ଆବଶ୍ୟକ ବୋଲି ଗେଟ୍ସ କହିଛନ୍ତି।

    NBCର ‘Meet the Press’ କାର୍ଯ୍ୟକ୍ରମରେ ଯୋଗ ଦେଇ ଗେଟ୍ସ କହିଛନ୍ତି AI ଏବେ ଆଉ ସାଧାରଣ ସଫ୍ଟୱେର୍ ହୋଇ ରହିନାହିଁ। ଏହା ମାନବ ଇତିହାସର ସବୁଠାରୁ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ପ୍ରଯୁକ୍ତିରେ ପରିଣତ ହୋଇଛି। ଯଦି ଏହାର ସୁରକ୍ଷା ପ୍ରତି ଧ୍ୟାନ ଦିଆନଯାଏ ତେବେ ଅସାମାଜିକ ବ୍ୟକ୍ତି କିମ୍ବା ସଂସ୍ଥା ଏହାକୁ ସାଇବର ଯୁଦ୍ଧ, ଜୈବିକ ଅସ୍ତ୍ର ନିର୍ମାଣ ଭଳି ମାନବତା ବିରୋଧୀ କାର୍ଯ୍ୟରେ ନିୟୋଜିତ କରିବାର ଆଶଙ୍କା ରହିଛି। ଯାହା ମାନବ ସମାଜ ପାଇଁ ବିପଦ ସୃଷ୍ଟି କରିବ। ତେବେ ଏହା ସମ୍ପୂର୍ଣ୍ଣ ମାନବ ସମାଜ ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା ସମ୍ପର୍କରେ ଗେଟ୍ସ କିଛି କହିନାହାନ୍ତି। ବିପଦର ଆଶଙ୍କା ଥିବାରୁ AI ମଡେଲ ଉପରେ ପ୍ରଯୁକ୍ତି କମ୍ପାନୀର ନିୟନ୍ତ୍ରଣ ଯଥେଷ୍ଟ ନୁହେଁ।

    ସରକାରୀ ନିୟମ ଓ ଲଗାତର ସର୍ଭେଲାନ୍ସ ଜରୁରୀ। AI ନିୟନ୍ତ୍ରଣ ପାଇଁ ଆଇନ ପ୍ରଣୟନକୁ ସେ ଦୃଢ ସମର୍ଥନ କରିଛନ୍ତି। ସରକାର, ରାଜନେତା ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡିକ AI ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଓ ସର୍ଭେଲାନ୍ସ ନିର୍ଦ୍ଧାରଣ କରିବା ଦରକାର ବୋଲି ଗେଟ୍ସ କହିଛନ୍ତି। AIର ବିକାଶ ଏବଂ ଏହି ବିକାଶର ଦୌଡ଼ରେ ବହୁ ଦେଶ ସାମିଲ ହୋଇ ସାରିଥିବା ବେଳେ ବିଲ ଗେଟ୍ସଙ୍କ ଚେତାବନୀ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି।

    କେବଳ ଗେଟ୍ସ ନୁହେଁ AI ଶିଳ୍ପ ସହ ସଂପୃକ୍ତ ବହୁ ପ୍ରମୁଖ ବ୍ୟକ୍ତି AIର ଦ୍ରୁତ ବିକାଶକୁ ନେଇ ସତର୍କ କରାଇ ସାରିଛନ୍ତି। ନିକଟରେ Anthropicର CEO ଡାରିଓ ଆମୋଡେଇ AIର ବିକାଶକୁ ସତର୍କତାର ସହ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି। ଆମୋଡୋଇଙ୍କ ମତରେ AIର କ୍ଷମତା ଏତେ ଦ୍ରୁତ ଗତିରେ ବଢ଼ୁଛି ଯେ ଏହାକୁ ବୁଝିବା ଓ ନିୟନ୍ତ୍ରଣ କରିବାରେ ମାନବୀୟ କ୍ଷମତା ପଛରେ ପଡ଼ିଯିବାର ଆଶଙ୍କା ରହିଛି। OpenAI CEO ସାମ୍ ଅଲ୍ଟମ୍ୟାନ୍ ମଧ୍ୟ AI ବିକାଶର ଗତିକୁ ସତର୍କତାର ସହ ଆଗେଇବା ପ୍ରସଙ୍ଗରେ ଆମୋଡେଇଙ୍କ ସହ ସହମତ ହୋଇଛନ୍ତି।

    ସ୍ପେଶ ଏକ୍ସ ମାଲିକ ଏଲନ୍ ମସ୍କ ମଧ୍ୟ ଆମୋଡେଇଙ୍କ ଚିନ୍ତାକୁ ସମର୍ଥନ ଜଣାଇଛନ୍ତି। Google DeepMindର ଡେମିସ୍ ହାସାବିସଙ୍କ ଭଳି କିଛି AI ବିଶେଷଜ୍ଞ ମଧ୍ୟ ଅଧିକ ସତର୍କତା ଓ ସୁରକ୍ଷା ବ୍ୟବସ୍ଥା ଉପରେ ଜୋର ଦେଇଛନ୍ତି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ AI ଯୋଗୁଁ ମାନବଜାତି ବିଲୋପ ଭଳି ଆଶଙ୍କାକୁ ନେଇ ଭିନ୍ନ ମତ ରଖିଛନ୍ତି। ଆମେରିକା ପାଇଁ ଚୀନ ସହ AI ପ୍ରତିଯୋଗିତାରେ ଆଗରେ ରହିବା ଜରୁରୀ ବୋଲି ସେ ଗୁରୁତ୍ୱ ଦେଇଆସିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ