‘ରାଇଜ୍ ଆଣ୍ଡ ଫଲ୍’ର ଆରମ୍ଭରୁ ହିଁ ଦେଖିବାକୁ ମିଳୁଛି ହାଇଭୋଲ୍ଟେଜ୍ ଡ୍ରାମା । ଶୋ’ର ଦ୍ୱିତୀୟ ଏପିସୋଡରେ ଅଭିନେତ୍ରୀ ସ୍ୱରା ଭାସ୍କର ଓ ଶହଜାଦ ପୁନାୱାଲାଙ୍କ ମଧ୍ୟରେ ତୀବ୍ର ବିତର୍କ ହୋଇଛି । ହୋଷ୍ଟ ବୀରେନ୍ଦ୍ର ସେହୱାଗ, ସୋସିଆଲ ମିଡିଆରେ ସ୍ୱରାଙ୍କୁ ନେଇ ଶହଜାଦଙ୍କ ପୋଷ୍ଟ ସମ୍ପର୍କରେ ପ୍ରଶ୍ନ କରିବା ପରେ ବିବାଦ ଆରମ୍ଭ ହୋଇଥିଲା । ଶହଜାଦ ସ୍ୱରାଙ୍କୁ ନେଇ ତଞ୍ଜ କରିବା ସହ ନିଜ ବିଚାରରୁ ପଛକୁ ହଟିବେ ନାହିଁ ବୋଲି କହିଥିଲେ ।
ଏହାପରେ ସ୍ୱରା ମଧ୍ୟ ପାଲଟା ଜବାବ ଦେଇଥିଲେ । ଶୋ’ ଘୋଷଣା ପରଠାରୁ ଶହଜାଦ ତାଙ୍କ ବିରୋଧରେ ଅନେକ ଟ୍ୱିଟ୍ ଓ ଭିଡିଓ କରିଥିବା ସ୍ୱରା ଦାବି କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାକଯୁଦ୍ଧ ଆହୁରି ତୀବ୍ର ହୋଇଥିଲା । ବିତର୍କ ମଧ୍ୟରେ ଶହଜାଦ କହିଥିଲେ, ଦେଶ ବିରୋଧରେ କହୁଥିବା ଲୋକଙ୍କ ବିରୋଧରେ ସେ ସବୁବେଳେ କହିବେ । ଏହାର ଜବାବରେ ସ୍ୱରା କହିଥିଲେ, ଏହା ଏକ ଗେମ୍ ଶୋ’, ନିର୍ବାଚନ ନୁହେଁ ।
ପରେ ବ୍ୟକ୍ତିଗତ ଟିପ୍ପଣୀକୁ ନେଇ ବିବାଦ ଆହୁରି ବଢ଼ିଥିଲା । ଶହଜାଦଙ୍କ ଟିପ୍ପଣୀର ଜବାବ ଦେଇ ସ୍ୱରା ତାଙ୍କୁ ମର୍ଯ୍ୟାଦାରେ ରହିବାକୁ କହିଥିଲେ। ହୋଷ୍ଟ ବୀରେନ୍ଦ୍ର ସେହୱାଗ ମଧ୍ୟ ବିତର୍କ ମଧ୍ୟରେ ମର୍ଯ୍ୟାଦା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ତେବେ ‘ରାଇଜ୍ ଆଣ୍ଡ ଫଲ୍’ର ଏହି ହାଇଭୋଲ୍ଟେଜ୍ ତୁତୁ-ମେମେ ଏବେ ଚର୍ଚ୍ଚାରେ ରହିଛି ।
