Saturday, February 21, 2026
25.7 C
Odisha

    ବିଶିଷ୍ଟ ସାହିତ୍ୟିକ ସୁଖେନ୍ଦୁ ମୋହନ ଦାସଙ୍କ ଦେହାନ୍ତ, ପୁରୀ ସ୍ୱର୍ଗଦ୍ୱାରରେ ହେଲା ଶେଷକୃତ୍ୟ ସମ୍ପନ୍ନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ବିଶିଷ୍ଟ ସାହିତ୍ୟିକ ତଥା ଅନୁବାଦକ ସୁଖେନ୍ଦୁ ମୋହନ ଦାସଙ୍କ ଦେହାନ୍ତ । ୯୬ ବର୍ଷ ବୟସରେ ପୁରୁଣା ଭୁବନେଶ୍ୱର ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ସୁଖେନ୍ଦୁ ମୋହନ । ବିଶେଷ କରି ଓଡ଼ିଆ ଭାଷାରୁ ବଙ୍ଗଳା ଓ ବଙ୍ଗଳା ଭାଷାରୁ ଓଡ଼ିଆକୁ ଅନୁବାଦ କରିବାରେ ସିଦ୍ଧହସ୍ତ ଥିଲେ ସୁଖେନ୍ଦୁ ମୋହନ । ସେ ପ୍ରଖ୍ୟାତ ସାହିତ୍ୟିକ ନିତ୍ୟାନନ୍ଦ ମହାପାତ୍ରଙ୍କ ଘରଡିହ ଉପନ୍ୟାସର ବେଙ୍ଗଲୀ ରୂପାନ୍ତର ଭିଟେ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲେ । ଏହା ବ୍ୟତୀତ ରାମାୟଣ କଥା, ମହାଭାରତର କଥା, ରବୀନ୍ଦ୍ର କବିତା ଚୟନ ଆଦି 10 ଖଣ୍ଡ ପୁସ୍ତକର ରଚନା କରିଛନ୍ତି । ଶ୍ରୀଅରବିନ୍ଦଙ୍କ ଅନୁରାଗୀ ସ୍ୱର୍ଗତ ଦାସଙ୍କୁ ଧର୍ମ ପୁସ୍ତକର ଅନୁବାଦ ପାଇଁ ରାଜଧାନୀ ପୁସ୍ତକମେଳା ପୁରସ୍କାର ମିଳିଥିଲା । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    24 %
    1.4kmh
    2 %
    Sat
    28 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ