Wednesday, March 18, 2026
31.9 C
Odisha

    ବିଶ୍ବକପ୍ ଫାଇନାଲରେ ‘ବ୍ଲୁ ବ୍ରିଗେଡ’, ଫାଇନାଲକୁ ଗଲା ଟିମ୍ ଇଣ୍ଡିଆ

    ଆଗକୁ ପଢନ୍ତୁ

    ବିଶ୍ବକପ୍ ଫାଇନାଲରେ ‘ବ୍ଲୁ ବ୍ରିଗେଡ’ । ଅଣ୍ଡର-୧୯ ବିଶ୍ବକପ ଫାଇନାଲକୁ ଗଲା ଟିମ୍ ଇଣ୍ଡିଆ । ଫେବ୍ରୁଆରୀ ୬ରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ଭେଟିବ ଭାରତ । ​ଭାରତୀୟ ଅଣ୍ଡର-୧୯ ଦଳ ଦ୍ୱିତୀୟ ସେମିଫାଇନାଲରେ ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ହରାରେଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୩୧୧ ରନର ବିଶାଳ ଲକ୍ଷ୍ୟକୁ ମାତ୍ର ୪୧.୧ ଓଭରରେ ହାସଲ କରି ନୂଆ ରେକର୍ଡ କରିଛି । ବିଶ୍ୱକପ୍ ନକ୍-ଆଉଟ୍ ପର୍ଯ୍ୟାୟରେ ଏହା ହେଉଛି ସବୁଠାରୁ ବଡ଼ ସଫଳ ରନ-ଚେଜ୍ ।

    ​ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୩୧୦ ରନ୍ କରିଥିଲା । ଦଳ ପକ୍ଷରୁ ଫୈସଲ ଶିନୋଜାଦା ୧୧୦ ଏବଂ ଉଜୈରୁଲ୍ଲା ନିଆଜାଇ ୧୦୧ରନ କରିଥିଲେ । ୩୧୧ ରନର ଟାର୍ଗେଟକୁ ପିଛା କରୁଥିବା ଭାରତୀୟ ଦଳ ୩ ୱିକେଟ ହରାଇ ମ୍ୟାଚକୁ ଜିତି ନେଇଥିଲା । ଓପନର ଆରନ୍ ଜର୍ଜଙ୍କ ୧୧୫ ରନ୍ ଯୋଗୁଁ ଭାରତ ୪୧.୧ ଓଭରରେ ୩ ୱିକେଟରେ ବିଜୟୀ ହୋଇଥିଲା । ବୈଭବ ସୂର୍ଯ୍ୟବଂଶୀ ୬୮ ରନ୍ ଏବଂ ଅଧିନାୟକ ଆୟୁଷ ମହାତ୍ରେ ୬୨ ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଭାରତ ଟୁର୍ଣ୍ଣାମେଣ୍ଟ ଇତିହାସରେ ସର୍ବାଧିକ ରନ୍ ପିଛା କରିବା ପୂରଣ କରିଥିଲା । ଏହା ବ୍ୟତୀତ, ଭାରତ ଯୁବ ଏକଦିବସୀୟରେ ସର୍ବାଧିକ ଲକ୍ଷ୍ୟ ମଧ୍ୟ ପିଛା କରିଥିଲା । ଭାରତ ଦଶମ ଥର ପାଇଁ ବିଶ୍ବକପ ଫାଇନାଲରେ ପହଞ୍ଚିଛି । ଫେବୃଆରୀ ୬ରେ ଇଂଲଣ୍ଡ ସହିତ ହେବ ମୁକାବିଲା । ଭାରତ ଲଗାତାର ୭ମ ଥର ପାଇଁ ଫାଇନାଲରେ ପହଞ୍ଚି ନିଜର ଶ୍ରେଷ୍ଠତ୍ୱ ପ୍ରମାଣିତ କରିଛି। ସୂଚନାଯୋଗ୍ୟ ଯେ, ଭାରତ ପୂର୍ବରୁ ସର୍ବାଧିକ ୫ ଥର ବିଶ୍ୱକପ୍ ଟ୍ରଫି ଜିତି ସାରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.9 ° C
    31.9 °
    31.9 °
    29 %
    1.6kmh
    100 %
    Wed
    35 °
    Thu
    32 °
    Fri
    35 °
    Sat
    35 °
    Sun
    36 °

    ସମ୍ବନ୍ଧିତ