Sunday, January 18, 2026
14.3 C
Odisha

    ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା,ରାଜ୍ୟ ସରକାରଙ୍କ ପକ୍ଷରୁ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ

    ଆଗକୁ ପଢନ୍ତୁ

    ବରଗଡ଼  :  ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଚତୁର୍ଥ ଦିବସରେ ମହାରାଜ କଂସଙ୍କ ଦ୍ଵାରା ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀ କୃଷ୍ଣ ବଳରାମଙ୍କ ହାତରେ ନିଧନ ହୋଇଛନ୍ତି ।  ଗୋପୁରରେ ଘରେ ଘରେ କୃଷ୍ଣ ବଳରାମଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଗୋପପୁର ସାଜିଥିବା ଅମ୍ବାପାଲି ଦ୍ବାପର ଯୁଗର ଭ୍ରମ ସୃଷ୍ଟି କରିଛି ।  ଶ୍ରୀକୃଷ୍ଣଙ୍କ ଲୀଳାରେ ଉତ୍ସବ ମୁଖରିତ ଗୋପପୁର । ଗୋପ ବାଳକଙ୍କ ସହ ବୁଲୁଛନ୍ତି କୃଷ୍ଣ ବଳରାମ ।  ଏହା ଭିତରେ କଂସ ପ୍ରେରିତ ପୁତନା ,ବକା , ଶକଟା , ତୃଣା , ଧେନୁକା ଭଳି ଅଷ୍ଟମଲ୍ଲଙ୍କୁ ନିହତ କରିଛନ୍ତି କୃଷ୍ଣ ବଳରାମ ।  ଫଳରେ କଂସ ମହାରାଜଙ୍କୁ ଘାରିଛି ମୃତ୍ୟୁର ଭୟ ।  କୃଷ୍ଣଙ୍କ ହାତରେ ଅଷ୍ଟମଲ୍ଲ ବୀର ସହ ପୁତନା ରାକ୍ଷସୀର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡିଛନ୍ତି କଂସ ।  କୃଷ୍ଣ ବଳରାମଙ୍କୁ ହତ୍ୟା କରିବାକୁ ଯୋଜନା ଚଳାଇଛନ୍ତି ଯୋଜନା ।

    ଆଜି ପଞ୍ଚମ ଦିନରେ କାଳୀୟ ଦଳନ କାହାଣୀ ପରିବେଶିତ ହେବ।  ଚତୁର୍ଥ ଦିବସରେ ରାଜ ଅତିଥି ଭାବେ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇଥିଲେ ।  ଧନୁଯାତ୍ରା ପାଇଁ ସରକାରଙ୍କ ପକ୍ଷରୁ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।  ଧନୁଯାତ୍ରାକୁ ୟୁନୋସ୍କ ମାନ୍ୟତା ପାଇଁ ପ୍ରୟାସ ଜାରି ରହିଥିବା କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    14.3 ° C
    14.3 °
    14.3 °
    27 %
    1.2kmh
    17 %
    Sun
    30 °
    Mon
    31 °
    Tue
    32 °
    Wed
    31 °
    Thu
    29 °

    ସମ୍ବନ୍ଧିତ