Thursday, July 2, 2026
26.7 C
Odisha

    ହୋମଗାର୍ଡ ପରୀକ୍ଷା: ୧୦୨ ପୋଷ୍ଟ ପାଇଁ ୪ ହଜାର ପରୀକ୍ଷାର୍ଥୀ

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା  : ୧୦୨ ହୋମଗାର୍ଡ ପଦବୀ ପାଇଁ ୪ହଜାର ପରୀକ୍ଷାର୍ଥୀ ।  ସୁନ୍ଦରଗଡ଼ ଏବଂ ସମ୍ବଲପୁର ପରେ ଝାରସୁଗୁଡ଼ାରୁ ଆସିଛି ସମାନ ଦୃଶ୍ୟ ।  ଝାରସୁଗୁଡ଼ା ଜିଲ୍ଲାରେ ୧୦୨ଟି ହୋମଗାର୍ଡ ପଦ ପାଇଁ ଆଜି ଲିଖିତ ପରୀକ୍ଷା ।  ଆଶାୟୀ ଅଛନ୍ତି ୪ ହଜାର ୪୦ ଜଣ ପ୍ରାର୍ଥୀ ।  ଏମାନେ ସମସ୍ତେ ପରୀକ୍ଷା ଦେବେ ।  ଓଏସ୍ଏପି ବାଟାଲିୟନ ପଡିଆରେ ପରୀକ୍ଷା ଆୟୋଜନ କରାଯାଇଛି ।

    ପରୀକ୍ଷା ପାଇଁ ଆଶାୟୀଙ୍କ ଗହଳି ଲାଗିଛି ।  ଲିଖିତ ପରୀକ୍ଷାରୁ ୧ ହଜାର ୧୦ ଜଣ ପ୍ରାର୍ଥୀ ମନୋନୀତ ହୋଇ ପରବର୍ତ୍ତୀ ଶାରୀରିକ ପରୀକ୍ଷାକୁ ଯିବେ ।  ଭିଡ଼କୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଳରେ ପର୍ଯ୍ୟାପ୍ତ ପୋଲିସ ମୁତୟନ କରାଯାଇଛି ।  ପୂର୍ବରୁ ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଆସିଥିଲା ସମାନ ଚିତ୍ର ।  ଅଳ୍ପ ପୋଷ୍ଟକୁ ହଜାର ହଜାର ସଂଖ୍ୟାରେ ଆଶାୟୀ ।  ପୁଣି ଆଶାୟୀ ପ୍ରାର୍ଥୀଙ୍କ ଭିତରେ ବି-ଟେକ୍ , ଏମ-ଟେକ୍ ଓ ଏମବିଏ ଡିଗ୍ରୀଧାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.7 ° C
    26.7 °
    26.7 °
    83 %
    1.9kmh
    97 %
    Thu
    30 °
    Fri
    30 °
    Sat
    31 °
    Sun
    25 °
    Mon
    24 °

    ସମ୍ବନ୍ଧିତ