Thursday, September 19, 2024
23 C
Odisha

    ବିଶ୍ଵାସ

    ଆଗକୁ ପଢନ୍ତୁ

     

    ଗୁରୁ-ଶିଷ୍ୟ,ପତି-ପତ୍ନୀ, ପିତା-ପୁତ୍ର, ଭ୍ରାତା-ଭଗ୍ନୀ, ଅଧିକାରୀ-କର୍ମଚାରୀ ଏମାନେ ଜଣେ ଆରଜଣଙ୍କୁ ବିଶ୍ଵାସ କରିବା ଉଚିତ । କାରଣ ସନ୍ଦେହ ଜୀବନ ନୁହେଁ, ବିଶ୍ଵାସ ହିଁ ଜୀବନ । ଏ ସାରା ସଂସାର କେବଳ ଧର୍ମ ଓ ବିଶ୍ୱାସ ବଳରେ ତିଷ୍ଠି ରହିଛି । ଏଇ ପରିପ୍ରେକ୍ଷିରେ ପଢନ୍ତୁ ଗୋଟିଏ ଛୋଟ କାହାଣୀ

    ସେଦିନ ଛାତ୍ର ଜଣକ ବିଦ୍ୟାଳୟରେ ପହଞ୍ଚିବାକୁ ବିଳମ୍ବ ହୋଇଗଲା । ଛାତ୍ରଟି ନିଜକୁ ଦୋଷୀ ଦୋଷୀ ମନେ କରୁଥାଏ । ସେ ଜାଣିଥିଲା, ତା’ ଅଜାଣତରେ ଏପରି ଭୁଲ ହୋଇଯାଇଛି । ତାକୁ ପ୍ରଧାନଶିକ୍ଷକ ତାଙ୍କ କାର୍ଯ୍ୟାଳୟକୁ ଡକାଇଲେ । ବିଳମ୍ବର କାରଣ ପଚାରିଲେ । ଛାତ୍ରଟି କହିଲା, “ଗୁରୁଜୀ, ଆଜି ମେଘୁଆ ପାଗ ଯୋଗୁଁ ମୁଁ ବିଦ୍ୟାଳୟକୁ ଆସିବାର ସଠିକ ସମୟ ଜାଣିପରିଲି ନାହିଁ । ମୋତେ କ୍ଷମା କରିଦିଅନ୍ତୁ ।“ ପ୍ରଧାନ ଶିକ୍ଷକ ଖୁବ ରାଗିଯାଇ ବିରକ୍ତ ହେଲେ । କହିଲେ, “ତୁ ଏପରି ମନଗଢା କଥା ଖଞ୍ଜି ଦେଇ କହୁଛୁ । ତୋତେ କଠିନ ଦଣ୍ଡରେ ଦଣ୍ଡିତ କରାଯିବ ।“ ସେହି ସମୟରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେଠାରେ ପହଞ୍ଚିଲେ । ସେମାନେ ଏହି ବାଳକର ସମୟାନୁବର୍ତ୍ତିତା ଓ ନିୟମିତତା ଗୁଣ ବିଷୟରେ ଭଲଭାବରେ ଅବଗତ ଥିଲେ । ତେଣୁ ସେମାନେ ଉକ୍ତ ବାଳକକୁ ଦଣ୍ଡ ନ ଦେବାକୁ ପ୍ରଧାନଶିକ୍ଷକଙ୍କୁ ଅନୁରୋଧ କଲେ ।

    ପ୍ରଧାନଶିକ୍ଷକ କହିଲେ,”ବିଦ୍ୟାଳୟର ନୀତି, ନିୟମ,ଶୃଙ୍ଖଳା ସମସ୍ତଙ୍କୁ ମାନି ଚଳିବାକୁ ପଡିବ । ଏହା ସମସ୍ତଙ୍କ ପାଇଁ ସମାନ । ତେଣୁ ଉକ୍ତ ନିୟମ ନମାନି ପିଲାଟି ଠକାମି କଥା କହୁଥିବାରୁ ତାକୁ ଦଣ୍ଡମୁକ୍ତ କଲେବି ଜରିମାନା ଦେବାକୁ ପଡିବ ।ଉକ୍ତ ବାଳକକୁ ଏକଅଣା ପଇସା ଜରିମାନା ଆକାରରେ ଦେବାକୁ ହେବ ।“

    ଏକଥା ଶୁଣୁଶୁଣୁ ବାଳକର ମୁହଁ ଦୁଃଖରେ ଝାଉଁଳି ପଡ଼ିଲା । ତା’ ଆଖିରୁ ଧାର ଧାର ଲୁହ ବହିବାକୁ ଲାଗିଲା । ଶିକ୍ଷକମାନେ ଏକଥା ଦେଖି ଏହାର କାରଣ କ’ଣ ବୋଲି ଛାତ୍ରଟିକୁ ପଚାରିଲେ । ପ୍ରଧାନଶିକ୍ଷକ କହିଲେ,“ତୁମେ ତ ଧନୀ ଘରର ପିଲା । ତୁମକୁ କ’ଣ ଏକଅଣା ଜରିମାନା ଦେବାକୁ କଷ୍ଟ ହେବ ନା ତୁମେ ଏଇ ଖର୍ଚ୍ଚ ପାଇଁ ଅକ୍ଷମ ? ସାମାନ୍ୟ ଏକଅଣା ପାଇଁ ତୁମେ କାନ୍ଦୁଛ?” ଏହାଶୁଣି ବାଳକଟି ହାତ ଯୋଡି ବିନମ୍ର ଭାବରେ ଉତ୍ତର ଦେଲା,”ନାଇଁ ଗୁରୁଜୀ, ଅକ୍ଷମତା ପାଇଁ ମୁଁ ଦୁଃଖିତ ନୁହେଁ । ଖର୍ଚ୍ଚ ଯୋଗୁଁ ଦୁଃଖ କରୁନାହିଁ । କିନ୍ତୁ ମୋର ଦୁଃଖର କାରଣ ହେଲା ଆପଣ ମୋ କଥାକୁ ମିଥ୍ୟା ଭାବିଲେ । ମୋ ଉପରେ ଆପଣଙ୍କର ବିଶ୍ୱାସ ନାହିଁ । ଗୁରୁଶିଷ୍ୟଙ୍କ ମଧ୍ୟରେ ସଦାସର୍ବଦା ବିଶ୍ଵାସ ବଜାୟ ରହିବା ଆବଶ୍ୟକ । ସନ୍ଦେହ ଖୁବ ଭୟଙ୍କର । ଏହା ସାଧାରଣ ହସଖୁସି ର ଜୀବନକୁ ବିଷାକ୍ତ ବା ଛାରଖାର କରିଦେଇଥାଏ ।“

    ଏପରି ଦୃଢ ସଚ୍ଚୋଟପୂର୍ଣ୍ଣ ବାକ୍ୟ ନିଜ ଛାତ୍ରଠାରୁ ଶ୍ରବଣ କରି ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ଖୁବ ଖୁସି ହେଲେ । ସେଦିନ ତାକୁ ଶିକ୍ଷକମାନେ ଅନେକ ବୁଝାସୁଝା କରି ତା’ କାନ୍ଦ ବନ୍ଦ କରାଇଥିଲେ । ସେଦିନର ସେହି ବାଳକଟି ଥିଲା ସତ୍ୟରେ ଓ ଅହିଂସାରେ ଲୟରଖି ଭାରତ ସ୍ଵାଧୀନ କରିଥିବା ମହାମାନବ ମହାତ୍ମା ଗାନ୍ଧୀ ।

    ବିଶ୍ୱାସର ମଜଭୁତ ସେତୁ ମାଧ୍ୟମରେ ଆମେ ଦୁର୍ଗମ ସଂସାର ସାଗରକୁ ପାରିହେବା ସହଜସାଧ୍ୟ । ଅବିଶ୍ଵାସର କଳା ବାଦଲ ଜୀବନ ଆକାଶକୁ ଢାଙ୍କିରଖି ଅନ୍ଧକାରାଚ୍ଛନ୍ନ କରିଦିଏ । ପରିବାର ମଧ୍ୟରେ ସମସ୍ତଙ୍କ ଭିତରେ ବିଶ୍ଵାସ ରହିଲେ ପାରିବାରିକ ଜୀବନ ମଧୁମୟ ହେବ ।

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ