Saturday, October 31, 2026
23.4 C
Odisha

    ବିଶ୍ୱକର୍ମା ପୂଜାରେ ଅଘଟଣ: ଫୁଲ ତୋଳିବା ବେଳେ ଛାତରୁ ପଡ଼ି ୧୪ ବର୍ଷୀୟ ନାବାଳକଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ନୀଳଗିରି  : ପୂଜାରେ ଅଘଟଣ। ପୂଜାରେ ଫୁଲ ତୋଳିବା ହେଲା କାଳ। ଛାତରୁ ପଡ଼ି ଚାଲିଗଲା ୧୪ ବର୍ଷୀୟ ନାବାଳକର ଜୀବନ । ନୀଳଗିରି ଏନ୍‌ଏସି ୨ ନଂ ୱାର୍ଡ ଘାଟଘରସାହିର ଘଟଣା। ମୃତକ ହେଲେ ପପୁ ଜେନାଙ୍କ ପୁଅ ଆଦିତ୍ୟ ଜେନା। ନୀଳଗିରି ମେଡିକାଲରେ ଭର୍ତ୍ତି ହେବା ପରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର।

    ସୂଚନା ମୁତାବକ ଆଜି ଭୋର ସମୟରେ ଆଦିତ୍ୟ ବିଶ୍ବକର୍ମା ପୂଜା ପାଇଁ ଛାତରେ ଚଢି ଫୁଲ ତୋଳୁଥିଲେ। ଗୋଡ଼ ଖସିଯିବା କାରଣରୁ ସେ ତଳକୁ ଖସି ପଡିଥିଲେ। ପାର୍ଶ୍ବରେ ଥିବା ସିମେଣ୍ଟ ବାଡର ରଡ୍‌ଟି ତାଙ୍କ ପେଟରେ ପଶିଯାଇଥିଲା। ସେ ସାହାସର ସହ ନିଜକୁ ରଡ୍‌ରୁ ବାହାର କରି କିଛି ବାଟ ଚାଲିବା ପରେ ଅଚେତ ହୋଇଯାଇଖିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଫଳରେ ପରିବାରରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    93 %
    0.3kmh
    3 %
    Sat
    27 °
    Sun
    28 °
    Mon
    29 °
    Tue
    28 °
    Wed
    28 °

    ସମ୍ବନ୍ଧିତ