ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କ୍ୱାରେନଟାଇନ୍ରେ ଥିବା ୫ ଓରାଙ୍ଗଉଟାନଙ୍କର ଆଜି ବିଶେଷଜ୍ଞମାନଙ୍କ ଜରିଆରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଛାତି, ପାକସ୍ଥଳୀ, ଖପୁରୀ ଆଦିର ଏକ୍ସ-ରେ କରାଯିବା ସହ ରକ୍ତ, ମଳମୂତ୍ର ଆଦି ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଲ୍ୟାବ୍କୁ ପଠାଯାଇଛି । ମୋଟାମୋଟି ଭାବେ ୫ ଜୀବ ସୁସ୍ଥ ଥିଲେ ମଧ୍ୟ ଜଣେ ଅତ୍ୟଧିକ ରକ୍ତହୀନତା ରୋଗର ଶିକାର ଥିବା ଜାଣିବାକୁ ମିଳିଛି । ସେହିପରି ଅନ୍ୟ ୨ ଜଣଙ୍କଠାରେ ମଧ୍ୟ ସାମାନ୍ୟ ରକ୍ତହୀନତା ଥିବା ପରୀକ୍ଷାରୁ ଜଣାପଡିଛି । ତେବେ ଏଥିପାଇଁ ଆବଶ୍ୟକ ଔଷଧପତ୍ର ସେମାନଙ୍କୁ ଦିଆଯାଇସାରିଥିବା ବିଶେଷଜ୍ଞ କମିଟି ସୂତ୍ରରୁ ଜଣାପଡିଛି ।
