Saturday, October 31, 2026
21.5 C
Odisha

    ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍, ୩ ଜଣ ରକ୍ତହୀନତାରେ ପୀଡ଼ିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କ୍ୱାରେନଟାଇନ୍‌ରେ ଥିବା ୫ ଓରାଙ୍ଗଉଟାନଙ୍କର ଆଜି ବିଶେଷଜ୍ଞମାନଙ୍କ ଜରିଆରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଛାତି, ପାକସ୍ଥଳୀ, ଖପୁରୀ ଆଦିର ଏକ୍ସ-ରେ କରାଯିବା ସହ ରକ୍ତ, ମଳମୂତ୍ର ଆଦି ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଯାଇଛି । ମୋଟାମୋଟି ଭାବେ ୫ ଜୀବ ସୁସ୍ଥ ଥିଲେ ମଧ୍ୟ ଜଣେ ଅତ୍ୟଧିକ ରକ୍ତହୀନତା ରୋଗର ଶିକାର ଥିବା ଜାଣିବାକୁ ମିଳିଛି । ସେହିପରି ଅନ୍ୟ ୨ ଜଣଙ୍କଠାରେ ମଧ୍ୟ ସାମାନ୍ୟ ରକ୍ତହୀନତା ଥିବା ପରୀକ୍ଷାରୁ ଜଣାପଡିଛି । ତେବେ ଏଥିପାଇଁ ଆବଶ୍ୟକ ଔଷଧପତ୍ର ସେମାନଙ୍କୁ ଦିଆଯାଇସାରିଥିବା ବିଶେଷଜ୍ଞ କମିଟି ସୂତ୍ରରୁ ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.5 ° C
    21.5 °
    21.5 °
    98 %
    1.1kmh
    32 %
    Sat
    28 °
    Sun
    28 °
    Mon
    29 °
    Tue
    28 °
    Wed
    28 °

    ସମ୍ବନ୍ଧିତ