Sunday, June 21, 2026
29.7 C
Odisha

    ବିସିଏ ଛାତ୍ରୀ ଆତ୍ମହତ୍ୟା ଘଟଣା, ମନ୍ତ୍ରୀଙ୍କ ପୁତୁରା ଗିରଫ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ଗତ ଜୁନ ୨୦ତାରିଖରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଗାନ୍ଧୀ ଇଞ୍ଜିନିୟରିଂ କଲେଜର ବିସିଏ ଦ୍ବିତୀୟ ବର୍ଷର ଛାତ୍ରୀ ସ୍ମୃତି ଭୋଳ (୨୦)ଙ୍କୁ ତାଙ୍କ ନିଜ ଭଉଣୀ ଏବଂ ରୁମମେଟ୍ ହଷ୍ଟେଲରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ମୃତ ଛାତ୍ରୀ ସ୍ମୃତିଙ୍କ ପ୍ରେମିକ ତଥା ଖଣି ମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରା ବିଶ୍ବଜିତ ଜେନାଙ୍କୁ ପୁଲିସ ଗିରଫ କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣକ ଗୋଳନ୍ଥରା ଥାନା ଅନ୍ତର୍ଗତ ପନ୍ଦରା ସାହିର ବିଶ୍ୱଜିତ ଜେନା। ସୂଚନାଯୋଗ୍ୟ ଯେ, ମୃତ ସ୍ମୃତିଙ୍କ ମାମୁଁଙ୍କ ଅଭିଯୋଗ ଆଧାରରେ ସ୍ମୃତି ସହ ବିଶ୍ବଜିତଙ୍କ ସମ୍ପର୍କ ଏବଂ ସ୍ମୃତିକୁ ବିଶ୍ବଜିତ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇଆସୁଥିଲେ । ମାମୁଁଙ୍କ ଅଭିଯୋଗ ପ୍ରକାରେ ପୁଲିସ ବିଶ୍ବଜିତଙ୍କୁ ଗିରଫ କରିଛି। ବ୍ରହ୍ମପୁର ଏସପି, ବରିଷ୍ଠ ପୋଲିସ ଅଧିକାରୀ, ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଥିଲେ। ଗତ ୨୦ତାରିଖରେ ଘରୋଇ କଲେଜର ହଷ୍ଟେଲରେ ସ୍ମୃତି ଭୋଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ସ୍ମୃତିଙ୍କ ଭଉଣୀ ସମେତ ୫ଜଣ ସହପାଠୀଙ୍କ ବୟାନ ରେକର୍ଡ କରିଛି ପୁଲିସ ।
    ଘଟଣାସ୍ଥଳରୁ ସ୍ମୃତିଙ୍କ ମୋବାଇଲ ଫୋନ୍, ଲାପଟପ୍ ଓ ହଷ୍ଟେଲର ସିସିଟିଭି କ୍ୟାମେରା ଫୁଟେଜ ଜବତ ହୋଇଥିବା ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି । ଗିରଫ ସହ ବିଶ୍ୱଜିତଙ୍କ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.7 ° C
    29.7 °
    29.7 °
    62 %
    1.4kmh
    100 %
    Sun
    29 °
    Mon
    34 °
    Tue
    38 °
    Wed
    39 °
    Thu
    35 °

    ସମ୍ବନ୍ଧିତ