ମୁମ୍ବାଇ : ଆଜି ଆଇପିଏଲ କ୍ୟାପଟେନମାନଙ୍କ ବୈଠକ । ମୁମ୍ବାଇରେ ବିସିସିଆଇ ମୁଖ୍ୟାଳୟରେ ମଧ୍ୟାହ୍ନରେ ମିଟିଂ ହେବ । ମିଟିଂରେ ଅଧିନାୟକଙ୍କ ବ୍ୟତୀତ ସମସ୍ତ ୧୦ଟି ଫ୍ରାଞ୍ଚାଇଜର ମ୍ୟାନେଜର ମାନଙ୍କୁ ମଧ୍ୟ ଡକାଯାଇଛି । ଏହି ମିଟିଂ ୧ ଘଣ୍ଟା ପାଇଁ ଚାଲିବ । ମିଟିଂରେ ଆଗାମୀ ସିଜନ ପାଇଁ ନୂଆ ନିୟମ ଏବଂ ପରିବର୍ତ୍ତନ ବିଷୟରେ କୁହାଯିବ । ଆସନ୍ତା ୨୨ ତାରିଖରୁ ୧୮ ତମ ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭ ହେବାକୁ ଯାଉଛି । ୧୦ଟି ଦଳରୁ ୯ଟିରେ ଭାରତୀୟ ଖେଳାଳି ଲିଡ଼ କରିବାକୁ ଥିବା ବେଳେ କେଵଳ ପ୍ୟାଟ କମିନ୍ସ ହାଇଦ୍ରାବାଦର ପାଇଁ ଭାର ସମ୍ଭାଳିବେ । ତେବେ ମିଟିଂ ୧ ଘଣ୍ଟା ପାଇଁ ଚାଲିବ । ମିଟିଂ ପରେ ସମସ୍ତ ଅଧିନାକଙ୍କ ପାରମ୍ପରିକ ଫଟୋସୁଟ୍ କରାଯିବ । ପୂର୍ବରୁ ମିଟିଂ ଏବଂ ଫଟୋ ସେସନ ସିଜନର ଓପନିଂ ହେବା ସହରରେ ହୁଏ । କିନ୍ତୁ ଏଥର ବିସିସିଆଇର ମୁଖ୍ୟାଳୟରେ ଆୟୋଜନ କରାଯାଇଛି ।୧୮ ତମ ଆଇପିଏଲରେ ଅନେକ ଦଳ ସରପ୍ରାଇଜ ଵି ଦେଇଛନ୍ତି । ବାଙ୍ଗାଲୋର ଦଳ ପାଇଁ ରାଜତ ପାଟିଦାର, ଦିଲ୍ଲୀ ପାଇଁ ଅକ୍ଷର ପଟେଲ, କେକେଆର ପାଇଁ ଆଜିଙ୍କ୍ୟ ରାହାଣେ, ପଞ୍ଜାବ ପାଇଁ ଶ୍ରେୟସ ଆୟର, ଲକ୍ଷ୍ନୌ ପାଇଁ ରିଷଭ ପନ୍ତ ଅଧିନାୟକ ଭାର ସମ୍ଭାଳିବେ । ଚେନ୍ନାଇ ପାଇଁ ଋତୁରାଜ ଗଏକୱାଡ, ଗୁଜୁରାଟ ପାଇଁ ଶୁବମନ ଗିଲ ପୂର୍ବରୁ ଅଧିନାୟକ ରହିଛନ୍ତି । ମୁମ୍ବାଇ ଟିମ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ପ୍ରାରମ୍ଭିକ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ବ କରିବେ ।
ଆଇପିଏଲ ପାଇଁ ନିଜ ନିଜ ଟିମ ସହିତ ଟ୍ରେନିଂ କ୍ୟାମ୍ପରେ ଅଭ୍ୟାସ ଆରମ୍ଭ କରିଛନ୍ତି । ଆଇପିଏଲର ଓପନିଂ ସେରିମନି ୨୨ ମାର୍ଚ୍ଚକୁ କୋଲକତାର ଇଡେନ ଗାର୍ଡେନରେ ଆରମ୍ଭ ହେବ । ଆଇପିଏଲ ସିଜନର ପ୍ରଥମ ମ୍ୟାଚ କୋଲକତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ସହିତ ହେବ ।