Thursday, April 9, 2026
27.5 C
Odisha

    ବିହାରରେ ନୀତିଶ ଯୁଗର ଅନ୍ତ: ୧୫ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ବିହାର ରାଜନୀତିରେ ନୀତିଶ ଯୁଗର ଅନ୍ତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୧୦ ରାଜ୍ୟସଭାକୁ ଯାଉଥିବା ବେଳେ ଆସନ୍ତା ସପ୍ତାହରେ ବିହାରକୁ ଏକ ନୂଆ ମୁଖ୍ୟମନ୍ତ୍ରୀ ମିଳିବା ଏକପ୍ରକାର ନିଶ୍ଚିତ ହୋଇଛି। ଶୁକ୍ରବାର ଶପଥ ଗ୍ରହଣ ପରେ ନୀତିଶ ପାଟନା ଫେରିବେ ଏବଂ ୧୩ ତାରିଖରେ କ୍ୟାବିନେଟ୍ ବୈଠକ ପରେ ୧୪ ତାରିଖରେ ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ସମ୍ଭାବନା ରହିଛି ଯେ, ଆସନ୍ତା ୧୫ ତାରିଖରେ ପାଟନାର ଗାନ୍ଧୀ ମଇଦାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ତେବେ ଏହି ନୂଆ ସରକାରରେ ନୀତିଶଙ୍କ ପୁଅ ନିଶାନ୍ତ କୁମାରଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି।ରାଜ୍ୟ ବିଧାନସଭାରେ ସବୁଠାରୁ ବଡ଼ ଦଳ ଭାବେ ବିଜେପି ଏବେ ସରକାରର ନେତୃତ୍ୱ ନେବାକୁ ପ୍ରସ୍ତୁତ ହେଉଛି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନାଙ୍କ ନାମ ସବୁଠାରୁ ଆଗରେ ରହିଛି। ଏଥିସହ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ, ସଞ୍ଜୀବ ଚୌରାସିଆ, ନୀତିଶ ମିଶ୍ର, ଦିଲ୍ଲୀପ ଜୈସୱାଲ ଓ ବରିଷ୍ଠ ନେତା ରାମକୃପାଳ ଯାଦବଙ୍କ ନାମକୁ ନେଇ ମଧ୍ୟ ଦଳ ଭିତରେ ମାନସମନ୍ଥନ ଚାଲିଛି। ୧୪ ତାରିଖରେ ଏନଡିଏ ବିଧାୟକ ଦଳ ବୈଠକରେ ନୂଆ ନେତାଙ୍କ ନାମ ଉପରେ ଚୂଡ଼ାନ୍ତ ମୋହର ବାଜିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.5 ° C
    27.5 °
    27.5 °
    38 %
    1.4kmh
    30 %
    Thu
    28 °
    Fri
    37 °
    Sat
    39 °
    Sun
    41 °
    Mon
    43 °

    ସମ୍ବନ୍ଧିତ