Tuesday, April 7, 2026
26.1 C
Odisha

    ବିହାରରେ ୧୭ ଦିନରେ ଭୁଶୁଡ଼ିଲାଣି ୧୨ ପୋଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ; ବିହାରର ବିଭିନ୍ନ ଜିଲ୍ଲାରେ ପୋଲ ଭୁଶୁଡ଼ିବା ଘଟଣାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ବନ୍ଦ ହେବାର ନାଁ ଧରୁ ନାହିଁ। ଗତକାଲି ସିୱାନ୍‌ ଜିଲ୍ଲାରେ ଦୁଇଟି ପୋଲ ଭୁଶୁଡ଼ି ପଡ଼ିଥିଲା ବେଳେ ଗୁରୁବାର ସରନ୍‌ ଜିଲ୍ଲାରେ ଆଉ ଏକ ପୋଲ ଭୁଶୁଡ଼ିପଡ଼ିବା ଖବର ସାମ୍ନାକୁ ଆସିଛି। ଏହାକୁ ମିଶାଇ କେବଳ ସରନ ଜିଲ୍ଲାରେ ବିଗତ ଦୁଇ ଦିନ ମଧ୍ୟରେ ତିନୋଟି ପୋଲ ଭୁଶୁଡ଼ିଛି। ଏହାବ୍ୟତୀତ ବିଗତ ୧୭ ଦିନରେ ରାଜ୍ୟର ଅନ୍ୟ ଜିଲ୍ଲାରେ ୧୭ଟି ପୋଲ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ସରନ୍‌ ଜିଲ୍ଲାରେ ଗଣ୍ଡକି ନଦୀ ଉପରେ ପ୍ରାୟ ୧୫ ବର୍ଷ ତଳେ ନିର୍ମାଣ କରାଯାଇଥିବା ପୋଲଟି ଗୁରୁବାର ଭାରୀ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଥିଲା। ଏହି ପୋଲଟି ସରନ୍‌ ଏବଂ ସିୱାନ ଜିଲ୍ଲାକୁ ସଂଯୋଗ କରୁଥିଲା। ତେବେ ତିନି ଦିନ ମଧ୍ୟରେ ଗୋଟିଏ ଜିଲ୍ଲାର ତିନି ପୋଲ ଭୁଶୁଡ଼ି ପଡ଼ିବା ବିଭିନ୍ନ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି। ସରନ୍‌ ଏବଂ ଏହାର ନିକଯବର୍ତ୍ତୀ ସିୱାନ ଜିଲ୍ଲା ବ୍ୟତୀତ ଗତ କିଛି ଦିନ ମଧ୍ୟରେ ଛାପ୍ରା,ମଧୁବଣୀ,ଅରାରିଆ , ପୂର୍ବ ଚମ୍ପାରନ ଏବଂ କିଶନଗଞ୍ଜ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲ ଭୁଶୁଡ଼ି ପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    59 %
    3.2kmh
    82 %
    Tue
    31 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ