Friday, October 2, 2026
23.8 C
Odisha

    ବିହାରର ନୂଆ ସମ୍ରାଟ, ଆସନ୍ତାକାଲି ହେବ ଶପଥ ଗ୍ରହଣ

    ଆଗକୁ ପଢନ୍ତୁ

    ପାଟନା : ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶଙ୍କ ଇସ୍ତଫା ପରେ ନୂଆ ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ। ବିହାରରେ ସରିଲା ନୀତିଶ ରାଜ୍। ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଦେଲେ ଇସ୍ତଫା। ବିହାରରେ ବିଜେପିର ନୂଆ ଆରମ୍ଭ। ବିହାରରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ।

    ରାଜନୈତିକ ପରିବାରରୁ ଆସିଛନ୍ତି ସମ୍ରାଟ। ବାପା ଶକୁନି ଚୌଧୁରୀ ୬ ଥରର ବିଧାୟକ ଓ ଥରେ ସାଂସଦ ରହିଛନ୍ତି। ମାଆ ପାର୍ବତୀ ଦେବୀ ମଧ୍ୟ ବିଧାୟକ ଥିଲେ। ବିଜେପି ବିଧାୟକ ଦଳ ବୈଠକରେ ସମ୍ରାଟ ନେତା ନିର୍ବାଚିତ ହୋଇଛନ୍ତି। ବିହାରରେ ପ୍ରଥମ ଥର ପାଇଁ ବିଜେପିକୁ ମୁଖ୍ୟମନ୍ତ୍ରୀ ପଦ ମିଳିଛି।

    ୧୯୯୯ରେ ୩୧ ବର୍ଷ ବୟସରେ ବିହାର କୃଷି ମନ୍ତ୍ରୀ ହୋଇଥିବା ବେଳେ ୨୦୦୦ରୁ ୨୦୧୦ ପର୍ଯ୍ୟନ୍ତ ପରବତ୍ତାରୁ ବିଧାୟକ ହୋଇଛନ୍ତି। ୨୦୧୦ରେ ବିହାରର ବିରୋଧୀ ଦଳ ମୁଖ୍ୟ ସଚେତକ ହୋଇଥିଲେ। ୨୦୨୩ ମାର୍ଚ୍ଚରେ ବିହାର ବିଜେପିର ଅଧ୍ୟକ୍ଷ ମଧ୍ୟ ରହିଛନ୍ତି। ୨୦୨୪ ଜାନୁଆରୀରେ ବିହାର ଉପମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି। ୨୦୨୫ ନଭେମ୍ବରରେ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ