Tuesday, December 16, 2025
27.5 C
Odisha

    ବିହାର ବିଧାନସଭା : ନରେନ୍ଦ୍ର ଯାଦବ ହେଲେ କାମଚଳା ବାଚସ୍ପତି

    ଆଗକୁ ପଢନ୍ତୁ

    ବିହାର    :     ଜେଡିୟୁ ବିଧାୟକ ନରେନ୍ଦ୍ର ଯାଦବ ବିହାର ବିଧାନସଭାର କାମଚଳା ବାଚସ୍ପତି ନିଯୁକ୍ତ । ଗୟା ଆସନରୁ ନବମ ଥର ପାଇଁ ଜିତିଥିବା ବିଜେପି ବିଧାୟକ ପ୍ରେମ କୁମାର ବାଚସ୍ପତି ଭାବରେ ନିର୍ବାଚିତ ହୋଇପାରନ୍ତି । ୨୦୨୫ ବିହାର ବିଧାନସଭା ନିର୍ବାଚନରେ ​​ଲଗାତାର ଅଷ୍ଟମ ଥର ପାଇଁ ଜିତିଥିବା ଜେଡିୟୁ ବିଧାୟକ ନରେନ୍ଦ୍ର ନାରାୟଣ ଯାଦବ ସୋମବାର ବିହାର ବିଧାନସଭାର କାମଚଳା ବାଚସ୍ପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ରାଜଭବନରେ ଶ୍ରୀ ଯାଦବଙ୍କୁ ଶପଥ ପାଠ କରାଇଛନ୍ତି ।

    ୭୪ ବର୍ଷୀୟ ନରେନ୍ଦ୍ର ନାରାୟଣ ଯାଦବ ୧୯୯୫ ମସିହାରୁ ମାଧେପୁରା ଜିଲ୍ଲାର ଆଲମନଗର ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନରେ ​​ବିଜୟୀ ହୋଇଆସୁଛନ୍ତି । ଶ୍ରୀ ଯାଦବ ନିର୍ବାଚନରେ ​​ ଭିଆଇପି ପ୍ରାର୍ଥୀ ନବିନ କୁମାରଙ୍କୁ ପଞ୍ଚାବନ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ଶ୍ରୀ ଯାଦବ ଏବେ ବିଧାନସଭାରେ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇବେ ଏବଂ ନୂତନ ବାଚସ୍ପତି ପାଇଁ ନିର୍ବାଚନ ପରିଚାଳନା କରିବେ । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ଗୟା ଆସନରୁ ନବମ ଥର ପାଇଁ ଜିତିଥିବା ବରିଷ୍ଠ ବିଜେପି ବିଧାୟକ ପ୍ରେମ କୁମାରଙ୍କୁ ନୂତନ ବାଚସ୍ପତି ଭାବରେ ନିର୍ବାଚିତ କରିପାରେ ଏନଡିଏ । ରାଜ୍ୟ ବିଧାନସଭାର ନୂତନ ଅଧିବେଶନ ଡିସେମ୍ବର ୧ରୁ ଚାରି-ପାଞ୍ଚ ଦିନ ପାଇଁ ଡକାଯିବାର ସମ୍ଭାବନା ଅଛି । ଶ୍ରୀ କୁମାର ନୀତିଶ କୁମାରଙ୍କ ପୂର୍ବ ସରକାରରେ ମନ୍ତ୍ରୀ ଥିଲେ କିନ୍ତୁ ବିଜେପି ତାଙ୍କୁ ବାଚସ୍ପତି ପଦ ପାଇଁ ମନୋନୀତ କରିପାରେ ବୋଲି ସୂଚନା ମିଳିବା ପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.5 ° C
    27.5 °
    27.5 °
    26 %
    1.3kmh
    84 %
    Tue
    28 °
    Wed
    28 °
    Thu
    27 °
    Fri
    26 °
    Sat
    26 °

    ସମ୍ବନ୍ଧିତ