Friday, October 2, 2026
22.9 C
Odisha

    ବିହାର ବିଧାନସଭା ନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର !

    ଆଗକୁ ପଢନ୍ତୁ

    ପାଟନା   :   ଏବେ ଚର୍ଚ୍ଚାରେ ରହିଛି ବିହାର ବିଧ‌ାନସଭା ନିର୍ବାଚନ। ବିରୋଧୀ ଏବେ ଏନଡିଏ ହାତରୁ କ୍ଷମତା ଛଡ଼ାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। କଂଗ୍ରେସ ଓ ଆରଜେଡି ମିଶି ଭୋଟ ଅଧିକାର ଯାତ୍ରା କରିବା ସହ ଲୋକଙ୍କୁ ନିଜ ପକ୍ଷକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଏନଡିଏ ବିହାରବାସୀଙ୍କୁ ଖୁସି କରିବାକୁ ବିଭିନ୍ନ ‌ଯୋଜନାର ଶୁଭାରମ୍ଭ କରୁଛି। ଏମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜନ ସୁରଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର କରଗହର ଆସନରୁ ବିହାର ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। ଏକ ଡିଜିଟାଲ ନ୍ୟୁଜ୍ ଚ୍ୟାନେଲ ବିହାର ତକ୍‌ର ଏକ କାର୍ଯ୍ୟକ୍ରମରେ ଏହା ବିଷୟରେ ଜଣାଇଛନ୍ତି ପ୍ରଶାନ୍ତ।  କେଉଁଠାରୁ ନିର୍ବାଚନ ଲଢ଼ିବେ ଏହା ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ, “ମୁଁ ନିଜ ଜନ୍ମଭୂମି ଏବଂ କର୍ମଭୂମିରୁ ନିର୍ବାଚନ ଲଢ଼ିବାକୁ ଚାହେଁ।” ଏଭଳି କହିଥିଲେ ବି ସେ କେଉଁ ଆସନରୁ ଲଢ଼ିବେ ତାହା ସ୍ପଷ୍ଟ କରିନାହାନ୍ତି। ‌ତେବେ ସେ ଜନ୍ମଭୂମି କଥା କହିଥି‌ବାରୁ ପ୍ରଶାନ୍ତ ରୋହତସର କରଗହର ଆସନରୁ ବିହାର ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ କରଗହର ପ୍ରଶାନ୍ତଙ୍କ ଜନ୍ମସ୍ଥାନ।

    ‌ତେବେ କରଗହର ବିଧାନସଭା ଆସନ ଏକ ବ୍ରାହ୍ମଣ ବହୁଳ ଆସନ। ବିହାର ବିଧାନସଭା ନିର୍ବାଚନ ୨୦୨୦ରେ କଂଗ୍ରେସର ସନ୍ତୋଷ ମିଶ୍ର କରଗହର ଆସନରୁ ବିଜୟୀ ହୋଇଥିଲେ। ଏହା ସହ ଜେଡିୟୁର ବଶିଷ୍ଠ ସିଂହ ଦ୍ୱିତୀୟ ସ୍ଥାନରେ ଥିଲେ। ଏଥର ଏହି ଆସନରୁ ଦିନେଶ ରାୟ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ପୂର୍ବରୁ ରାଜନୈତିକ ଦଳର ପରାମର୍ଶଦାତା ଭାବେ କାମ କରିଥିବା ପ୍ରଶାନ୍ତ ଏବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଗତ ଦୁଇ ବର୍ଷ ଧରି  ପ୍ରଶାନ୍ତ କିଶୋର ବିହାର ସାରା ଜନ ସୁରଜ ଯାତ୍ରା ମାଧ୍ୟମରେ ଲୋକଙ୍କ ସହିତ ଯୋଡ଼ି ହେବା ପାଇଁ ନିରନ୍ତର ପ୍ରଚାର କରିଆସୁଛନ୍ତି। ବିରୋଧୀଙ୍କୁ ଟାର୍ଗେଟ କରି ସେ ଅଭିଯୋଗ କରିଛନ୍ତି ଯେ, ଗତ ତିନି ଦଶନ୍ଧି ମଧ୍ୟରେ ବିହାରର ସ୍ଥିତିରେ କୌଣସି ଉନ୍ନତି ହୋଇନାହିଁ। ଏବେ ପ୍ରଶାନ୍ତ କିଶୋର କରଗହରରୁ ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିଛନ୍ତି। ଏହି ଆସନଟି ବର୍ତ୍ତମାନ ମହାଗଠବନ୍ଧନ କବଜାରେ ଅଛି ଏବଂ ମହାଗଠବନ୍ଧନ ସହିତ ପ୍ରତିଦ୍ୱନ୍ଦ୍ୱିତା କଠିନ ହେବ ବୋଲି ଆଶା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ