Friday, April 3, 2026
33.6 C
Odisha

    ବିହାର ବିଧାନସଭା ନିର୍ବାଚନ ଆସନ ବୁଝାମଣା, ବିଜେପି ଓ ଜେଡିୟୁ ୧୦୧ ଲେଖାଏଁ ଓ ଏଲଜେପି ୨୯ ଆସନରେ ଲଢ଼ିବେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ସରିଲା ଏନଡିଏର ଆସନ ବୁଝାମଣା। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ ଉଭୟ ବିଜେପି ଓ ଜେଡିୟୁ ୧୦୧ ଲେଖାଏଁ ଆସନରେ ଲଢ଼ିବେ। ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି- ରାମବିଳାସ ୨୯ ଆସନରେ ଲଢ଼ିବ। ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ଓ ଜିତନ ରାମ ମାଞ୍ଝୀଙ୍କ ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚା ଉଭୟ ୬ଟି ଲେଖାଏ ଆସନରେ ପ୍ରାର୍ଥୀ ଦେବେ।

    ସମସ୍ତ ଅଂଶୀଦାର ଦଳଙ୍କ ସହ ଆଲୋଚନା ପରେ ଆସନ ବୁଝାମଣା ହୋଇଥିବା ଏକ୍ସରେ ପୋଷ୍ଟ କରିଛନ୍ତି ବିହାର ବିଜେପି ନିର୍ବାଚନ ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିଟ ବଣ୍ଟନ ପରେ ବିହାର ଏନଡିଏ ରାଜନୀତିରେ ବଡ଼ଭାଇପଣିଆ ଶେଷ ହୋଇଛି। ଉଭୟ ବିଜେପି ଓ ଜେଡିୟୁ ସମାନ ୧୦୧ ଆସନ ଲଢିବାକୁ ଯାଉଛନ୍ତି।ଏଥର ଦୁଇ ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ। ନଭେମ୍ବର ୬ ଓ ୧୧ ତାରିଖରେ ହେବ ମତଦାନ। ନଭେମ୍ବର ୧୪ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ