Sunday, November 16, 2025
25 C
Odisha

    ବୁଦାପେଷ୍ଟରେ ହେବ ଟ୍ରମ୍ପ-ପୁଟିନ ଆଲୋଚନା, ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବା ଲକ୍ଷ୍ୟରେ ଦୁଇ ସୁପରପାୱାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଟ୍ରମ୍ପ-ପୁଟିନଙ୍କ ମଧ୍ୟରେ ହଙ୍ଗେରୀର ବୁଦାପେଷ୍ଟରେ ହେବ ସିଧାସଳଖ ଆଲୋଚନା । ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବା ଲକ୍ଷ୍ୟରେ ଦୁଇ ସୁପରପାୱାର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ବୁଦାପେଷ୍ଟରେ ବୈଠକ ହେବ । ଏହି ବୈଠକ ପାଇଁ କୌଣସି ନିର୍ଦ୍ଦିଷ୍ଟତାରିଖ ସ୍ଥିର କରାଯାଇନାହିଁ । ଗତକାଲି ଟେଲିଫୋନରେ ରୁଷ ରାଷ୍ଟ୍ରପତି ପୁଟିନ ଓ ଆମେରିକା ରାଷ୍ଟ୍ରପତି ଟ୍ରମ୍ଫଙ୍କ ମଧ୍ୟରେ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା ।

    ଏହାପରେ ବୁଦାପେଷ୍ଟରେ ଆଗାମୀ ବୈଠକ ନେଇ ଟ୍ରମ୍ପ ଘୋଷଣା କରିଛନ୍ତି । ଦୀର୍ଘ ଟେଲିଫୋନ ଆଲୋଚନା ଖୁବ ଭଲ ପ୍ରଗତି ହୋଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ସିନେଟର ମାର୍କୋ ରୁବିଓଙ୍କ ନେତୃତ୍ୱରେ ଆସନ୍ତା ସପ୍ତାହରେ ଆମେରିକା-ଋଷ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ହେବ । ହ୍ୱାଇଟ୍ ହାଉସ୍ ମୁଖପାତ୍ର କହିଛନ୍ତି ଯେ ପୁଟିନ୍-ଟ୍ରମ୍ପଙ୍କ ମଧ୍ୟରେ କଥାବାର୍ତ୍ତା ୨ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଆଲୋଚନା ବେଶ ସକାରାତ୍ମକ ରହିଥିବା ସେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    35 %
    2.1kmh
    5 %
    Sun
    25 °
    Mon
    25 °
    Tue
    25 °
    Wed
    26 °
    Thu
    27 °

    ସମ୍ବନ୍ଧିତ