Wednesday, July 15, 2026
26 C
Odisha

    ବୁଧବାର ଦିନ ଗଣେଶଙ୍କୁ ଅର୍ପଣ କରନ୍ତୁ ମନ୍ଦାର ଫୁଲ, ଏହି ସବୁ ସମସ୍ୟା ହେବ ଦୂର

    ଆଗକୁ ପଢନ୍ତୁ

    ସନାତନ ପରମ୍ପରା ଏବଂ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ ସମ୍ପର୍କରେ ପରାମର୍ଶ ଦିଆଯାଇଛି । ଯାହାକୁ ପାଳନ କରିବା ଦ୍ବାରା ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିଥାଏ । ବୁଧବାର ଦିନ ଭଗବାନ ଗଣେଶଙ୍କୁ ମନ୍ଦାର ଫୁଲ ଅର୍ପଣ କରିବା ଦ୍ବାରା ଖୁବ୍ ଭଲ ଫଳ ମିଳିଥାଏ । ଯାହା ଏହି ସବୁ ଉପାୟ ମଧ୍ୟରୁ ଗୋଟିଏ । ମନ୍ଦାର ଫୁଲ ସହିତ ଜଡିତ ଉପଚାର କେବଳ ଗଣେଶଙ୍କ ଆଶୀର୍ବାଦ ପ୍ରଦାନ କରେ ନାହିଁ ବରଂ ବୁଧ ଗ୍ରହକୁ ମଧ୍ୟ ଶକ୍ତିଶାଳୀ କରିଥାଏ ବୋଲି ବିଶ୍ବାସ କରାଯାଏ । ଏହି ଫୁଲର ମହତ୍ତ୍ୱ ଏବଂ ପ୍ରତି ବୁଧବାର ଭଗବାନ ଗଣେଶଙ୍କୁ ଏହାକୁ ଅର୍ପଣ କରିବାର ଲାଭ ବିଷୟରେ ଆସନ୍ତୁ ଜାଣିବା ।

    ଲାଲ୍ ରଙ୍ଗକୁ ଉତ୍ସାହ, ଶକ୍ତି ଏବଂ ଶୁଭର ସଙ୍କେତ ବୋଲି ବିବେଚନା କରାଯାଏ । ଲାଲ୍ ମନ୍ଦାର ଫୁଲ ଗଣେଶଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ଏହି ଫୁଲ ତାଙ୍କୁ ଅର୍ପଣ କରିବା ଦ୍ବାରା ଗଣପତି ବାପ୍ପା ପ୍ରସନ୍ନ ହୋଇଥାଆନ୍ତି ବୋଲି ମାନ୍ୟତା ରହିଛି ।

    ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ବାଣୀ, ଯୁକ୍ତି ଏବଂ ବ୍ୟବସାୟର ଗ୍ରହ ଭାବରେ ବିବେଚନା କରାଯାଏ । କୁହାଯାଏ ଯେ, ବୁଧବାର ଦିନ ମନ୍ଦାର ଫୁଲ ଅର୍ପଣ କରିବା ଦ୍ୱାରା ବୁଧଙ୍କ ଶୁଭତା ବୃଦ୍ଧି ପାଇଥାଏ । ନିଷ୍ପତ୍ତି ନେବା ଏବଂ ଦକ୍ଷତାରେ ମଧ୍ୟ ଉନ୍ନତି ହୋଇଥାଏ ।

    ଯଦି ଆପଣଙ୍କ ଚାକିରି କିମ୍ବା ବ୍ୟବସାୟରେ ବାରମ୍ବାର ବାଧା ଉପୁଜୁଛି ତେବେ ବୁଧବାର ଦିନ ଗଣେଶ ମନ୍ଦିରରେ ୧୧ କିମ୍ବା ୨୧ ଟି ଲାଲ୍ ମନ୍ଦାର ଫୁଲ ଅର୍ପଣ କରନ୍ତୁ । ଏହି ସମୟରେ ଓମ୍ ଗଣ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ । ଯାହା ବାଧାବିଘ୍ନ ଦୂର କରିବ । ଆର୍ଥିକ ସମସ୍ୟା ପାଇଁ ମଧ୍ୟ ଏହି ଲାଲ୍ ଫୁଲ ଖୁବ୍ ଲାଭକାରୀ ହୋଇଥାଏ । ଆର୍ଥିକ ଏବଂ ଋଣ ସମସ୍ୟା ଥିଲେ ବୁଧବାର ଦିନ ଗଣେଶ ଏବଂ ମା ଲକ୍ଷ୍ମୀଙ୍କୁ ଲାଲ୍ ମନ୍ଦାର ଫୁଲ ଅର୍ପଣ କରି ପୂଜା କରନ୍ତୁ । ଫଳରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

    ଯଦି ଆପଣଙ୍କର ଆତ୍ମବିଶ୍ୱାସର ଅଭାବ ଅଛି କିମ୍ବା ସରକାରୀ କାମରେ ସଫଳତା ଚାହୁଁଛନ୍ତି, ତେବେ ଆପଣ ସକାଳେ ସୂର୍ଯ୍ୟ ଦେବତାଙ୍କୁ ଜଳ ସହିତ ଏକ ଲାଲ ମନ୍ଦାର ଫୁଲ ଅର୍ପଣ କରନ୍ତୁ । ଯାହା ଦ୍ୱାରା ଆପଣଙ୍କ ବ୍ୟକ୍ତିତ୍ୱରେ ସକାରାତ୍ମକ ପରିବର୍ତ୍ତନ ଆସିବ ଏବଂ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ ।

    ପୂଜା ସମୟରେ ସର୍ବଦା ତାଜା ଫୁଲ ବ୍ୟବହାର କରନ୍ତୁ । ଶୁଖିଯାଇଥିବା ଫୁଲ ଅର୍ପଣ କରିବା ଆଦୌ ଉଚିତ୍ ନୁହେଁ । ବୁଧବାର ଦିନ କଞ୍ଚା ଚଣା କିମ୍ବା ସବୁଜ ଜିନିଷ ଦାନ କରିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ । ଯାହା ପୁଣ୍ୟ ଫଳ ପ୍ରଦାନ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26 ° C
    26 °
    26 °
    87 %
    1.5kmh
    100 %
    Wed
    31 °
    Thu
    30 °
    Fri
    26 °
    Sat
    26 °
    Sun
    28 °

    ସମ୍ବନ୍ଧିତ