Monday, December 8, 2025
16.1 C
Odisha

    ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା

    ଆଗକୁ ପଢନ୍ତୁ

    କାମାକ୍ଷାନଗର : ଗାଧୋଇବାକୁ ଯାଉଥିବାବେଳେ ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା। କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋରିଆପାଳ ଗାଁରେ ହାତୀ ଆତଙ୍କ। ଆକ୍ରମଣରେ ଗାଁର ବିଦ୍ୟାଧର ଦେହୁରୀଙ୍କ ମୃତ୍ୟୁ ହୋଇଛି । ବିଦ୍ୟାଧର ଦେହୁରୀ ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ଦାନ୍ତହାତୀ ହାବୁଡ଼ରେ ପଡିଯାଇଥିଲେ । ଦନ୍ତା ହାତୀ ବିଦ୍ୟାଧରଙ୍କୁ ଟେକି କଚାଡି ଦେଇଥିଲା । ବିଦ୍ୟାଧରଙ୍କର ଚିତ୍କାର ଶୁଣି ପାଖରେ ଥିବା ଗ୍ରାମବାସୀ ଘଟଣା ସ୍ଥଳକୁ ପଳାଇ ଆସିବାରୁ ଦାନ୍ତହାତୀ ନିକଟ ଜଙ୍ଗଲକୁ ଚାଲିଯାଇଥିଲା । ପରେ ଗୁରୁତର ଅବସ୍ଥାରେ ବିଦ୍ୟାଧରଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    16.1 ° C
    16.1 °
    16.1 °
    38 %
    1.6kmh
    88 %
    Mon
    16 °
    Tue
    26 °
    Wed
    26 °
    Thu
    26 °
    Fri
    27 °

    ସମ୍ବନ୍ଧିତ