Tuesday, September 16, 2025
28.3 C
Odisha

    ବୃନ୍ଦାବତୀଙ୍କୁ ନେଇ ୯୦% ଲୋକ କରିବସନ୍ତି ସମାନ ଭୁଲ୍! ଜାଣନ୍ତୁ ରାମ ତୁଳସୀ ଓ ଶ୍ୟାମ ତୁଳସୀର ବ୍ୟବହାର ଓ ଗୁଣବତ୍ତା ସମ୍ପର୍କରେ

    ଆଗକୁ ପଢନ୍ତୁ

    ତୁଳସୀ ବିଷ୍ଣୁ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ । ସେଥିପାଇଁ ପ୍ରତ୍ୟେକ ଲୋକ ତୁଳସୀ ଗଛକୁ ମଧ୍ୟ ପୂଜା କରନ୍ତି । କୁହାଯାଏ ମା’ ଲକ୍ଷ୍ମୀଙ୍କ ଅନ୍ୟ ରୂପ ହେଉଛି ବୃନ୍ଦାବତୀ ବା ତୁଳସୀ । ସାଧାରଣ ଭାବେ ୨ ପ୍ରକାର ତୁଳସୀ ଗଛ ଦେଖାଯାଏ । ଗୋଟିଏ ରାମ ତୁଳସୀ ଏବଂ ଅନ୍ୟଟି ହେଉଛି ଶ୍ୟାମ ତୁଳସୀ । କେହିକେହି ଧଳା ତୁଳସୀ ଓ କଳା ତୁଳସୀ ମଧ୍ୟ କହିଥାନ୍ତି ।

    ତେବେ ଆପଣ କ’ଣ ଜାଣିଛନ୍ତି କେଉଁ ତୁଳସୀ ଗଛ ପୂଜା କରିବା ଉଚିତ୍ ଅନେକ ସମୟରେ ଦେଖିବାକୁ ମିଳିଛି ଯେ, କିଛି ଲୋକ ଉଭୟ ଗଛକୁ ପୂଜା କରନ୍ତି । କିନ୍ତୁ ଚାଲନ୍ତୁ ଜାଣିବା ତୁଳସୀ ଗଛ ବିଷୟରେ ଅଧିକ କିଛି…

    ଏହି ଦୁଇଟିଯାକ ତୁଳସୀ ପବିତ୍ର । ହେଲେ ସେମାନଙ୍କ ବିଶେଷତ୍ୱ ଭିନ୍ନ । ରାମ ତୁଳସୀର ପତ୍ର ସବୁଜ ରଙ୍ଗର ହୋଇଥାଏ । ସେହିପରି ଶ୍ୟାମ ତୁଳସୀ ଗଛର ପତ୍ରର ରଙ୍ଗ ଗାଢ଼ ବାଇଗଣି ହୋଇଥିବାବେଳେ ଏହାକୁ ଅଶୋଧିତ ବୋଲି କୁହାଯାଏ ।

    ପୂଜାପାଠରେ ରାମ ତୁଳସୀର ପ୍ରୟୋଗ ଅଧିକ ରହିଥାଏ । ଜଗତର ନାଥ ଜଗନ୍ନାଥ, ଶ୍ରୀକୃଷ୍ଣ ଏବଂ ଭଗବାନ ବିଷ୍ଣୁଙ୍କୁ ଏହି ତୁଳସୀ ଅର୍ପଣ କରାଯାଏ । ସେହିପରି ଶ୍ୟାମ ତୁଳସୀର ମହତ୍ୱ ମଧ୍ୟ କିଛି କମ୍ ନୁହେଁ ।

    ତାନ୍ତ୍ରିକ ସାଧନାରେ ଏହି ତୁଳସୀର ବ୍ୟବହାର ଖୁବ୍ ଅଧିକ କରାଯାଏ । ପୂଜାପାଠରେ ବ୍ୟବହାର ଛଡ଼ା ତନ୍ତ୍ର ସାଧନାରେ ଏହାର ଗୁରୁତ୍ୱ ଅଧିକ । ଭଗବାନ ବିଷ୍ଣୁ ଓ ଲକ୍ଷ୍ମୀଙ୍କ ପୂଜାରେ ତୁଳସୀକୁ ସର୍ବଶ୍ରେଷ୍ଠର ମାନ୍ୟତା ଦିଆଯାଇଛି ।

    ଘରେ ଯଦି ଦୁଇପ୍ରକାର ତୁଳସୀ ଗଛ ଉପଲବ୍ଧ ରହିଛି ତେବେ ଦୁଇଟିଯାକ ଗଛକୁ ପୂଜା କରିବା ଶୁଭ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.3 ° C
    28.3 °
    28.3 °
    74 %
    0.9kmh
    100 %
    Tue
    31 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ