Tuesday, April 7, 2026
35.3 C
Odisha

    ବେଆଇନ କରତକଳରେ ବନ ବିଭାଗର ଚଢ଼ଉ

    ଆଗକୁ ପଢନ୍ତୁ

    ବାଲେଶ୍ୱର  :  ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧିନ ଇଲାମପଦା ଓ ଜଗନ୍ନାଥପୁରରେ ଦୀର୍ଘଦିନ ଧରି ଚାଲିଥିବା ବେଆଇନ କରତକଳ ଉପରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସୂଚନା ଅନୁସାରେ ଦୀର୍ଘଦିନ ଧରି ଚାଲିଥିବା ଏହି ବେଆଇନ କରତକଳ ଉପରେ ଆଜି ଭୋର ସମୟରେ ଚଢ଼ଉ ହୋଇଛି। ବାଲେଶ୍ୱର ଏସିଏଫ ସୁବ୍ରତ କୁମାର ବେହେରାଙ୍କ ନେତୃତ୍ବରେ କୂଳଡିହା ବନ ଅଧିକାରୀ ଓ କର୍ମଚାରୀମାନେ ଚଢ଼ାଓ କରିଥିଲେ ।ଏହି ସମୟରେ କରତକଳର ମାଲିକ ଓ କର୍ମଚାରୀମାନେ ଫେରାର ହୋଇଯାଇଥିବା ବେଳେ ୨୦ ଲକ୍ଷରୁ ଅଧିକ ଟଙ୍କାର ଦାମୀ କାଠ ଓ ଯନ୍ତ୍ରାଂଶ ଜବତ କରାଯାଇଥିଲା। ଏନେଇ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ