Tuesday, January 13, 2026
27.1 C
Odisha

    ବେଆଇନ କରତକଳରେ ବନ ବିଭାଗର ଚଢ଼ଉ

    ଆଗକୁ ପଢନ୍ତୁ

    ବାଲେଶ୍ୱର  :  ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧିନ ଇଲାମପଦା ଓ ଜଗନ୍ନାଥପୁରରେ ଦୀର୍ଘଦିନ ଧରି ଚାଲିଥିବା ବେଆଇନ କରତକଳ ଉପରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସୂଚନା ଅନୁସାରେ ଦୀର୍ଘଦିନ ଧରି ଚାଲିଥିବା ଏହି ବେଆଇନ କରତକଳ ଉପରେ ଆଜି ଭୋର ସମୟରେ ଚଢ଼ଉ ହୋଇଛି। ବାଲେଶ୍ୱର ଏସିଏଫ ସୁବ୍ରତ କୁମାର ବେହେରାଙ୍କ ନେତୃତ୍ବରେ କୂଳଡିହା ବନ ଅଧିକାରୀ ଓ କର୍ମଚାରୀମାନେ ଚଢ଼ାଓ କରିଥିଲେ ।ଏହି ସମୟରେ କରତକଳର ମାଲିକ ଓ କର୍ମଚାରୀମାନେ ଫେରାର ହୋଇଯାଇଥିବା ବେଳେ ୨୦ ଲକ୍ଷରୁ ଅଧିକ ଟଙ୍କାର ଦାମୀ କାଠ ଓ ଯନ୍ତ୍ରାଂଶ ଜବତ କରାଯାଇଥିଲା। ଏନେଇ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    21 %
    4.2kmh
    0 %
    Tue
    25 °
    Wed
    28 °
    Thu
    29 °
    Fri
    29 °
    Sat
    30 °

    ସମ୍ବନ୍ଧିତ