ବେଙ୍ଗାଲୁରୁ : ରାସ୍ତା ଉପରେ ଲୋମଟାଙ୍କୁରା ଦୃଶ୍ୟ । କାର୍ ବନେଟ ଉପରେ ଜଣେ ଅଟୋ ଡ୍ରାଇଭରଙ୍କୁ ପ୍ରାୟ ଗୋଟେ କିଲୋମିଟର ଟାଣି ନେଲେ ଚାଳକ । ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ଏହି ଦୃଶ୍ୟ ।ଗତକାଲି ଅପରାହ୍ନରେ ପୁରୁଣା ବିମାନ ବନ୍ଦର ରୋଡରେ ଏକ ମାଲବାହି ଅଟୋ ଓ କାର୍ ମଧ୍ୟରେ ସାମାନ୍ୟ ଧକ୍କା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ସମୟରେ କାର ଚାଳକ ଜଣକ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ହେଲେ ଅଟୋ ଡ୍ରାଇଭର ଅଟକାଇବୁ ଯାଇ କାର ବନେଟକୁ ଧରି ରହିଲେ ।
ଏହି ସମୟରେ କାର ଚାଳକ ଅଟକାଇବା ବଦଳରେ ଦୃତ ଗତିରେ ଗାଡ଼ିକୁ ନେଇ ପଳାଇ ଥିଲେ । କିନ୍ତୁ ଅଟୋ ଡ୍ରାଇଭର ଜଣଙ୍କ କାରର ବନେଟକୁ ଛାଡି ନଥିଲେ । କାର ସହ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଟାଣି ହୋଇଯାଇଥିଲେ ଅଟୋ ଡ୍ରାଇଭର । ପରେ କାରକୁ ଟ୍ରାଫିକ ପୋଲିସ ଅଟକାଇ ଥିଲେ ଓ ଅଟୋ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ଘଟଣାରେ କାର ଚାଳକଙ୍କୁ ଅଟକ ରଖାଯାଇ ପଚରାଉଚରା କରୁଛି ପୋଲିସ ।

