Saturday, May 10, 2025
40.5 C
Odisha

    ବୈତରଣୀରେ ବୁଲୁଛି ୧୭ ଫୁଟ ଲମ୍ୱର କୁମ୍ଭୀର

    ଆଗକୁ ପଢନ୍ତୁ

    ଭଦ୍ରକ : ଭଦ୍ରକ ଜିଲ୍ଲା ଆରଡ଼ି ନିକଟସ୍ଥ ବୋଡ଼କ ଓ ସାଠିବାଙ୍କୁଡ଼ା ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀରେ ମଙ୍ଗଳବାର ୧୬/୧୭ଫୁଟ ଲମ୍ୱର ଏକ କୁମ୍ଭୀର ଦେଖିବାକୁ ମିଳିଛି । ଦୀର୍ଘ ସମୟ ଧରି କୁମ୍ଭୀରଟି ଘୁରି ବୁଲିବା ଫଳରେ ନଦୀକୂଳିଆ ଲୋକ ଭୟଭିତ ହୋଇ ପଡିବା ସହ ଇଟା ପଥର ଦ୍ୱାରା କୁମ୍ଭୀରକୁ ଘଉଡ଼ାଇ ଥିଲେ । ବିଶେଷକରି ନଦୀକୂଳିଆ ଅଞ୍ଚଳର ଲୋକମାନେ ପ୍ରତିଦିନ କିଏ ମାଛ ମାରିବାକୁ ଯାଇଥାଏ ତ ଆଉକିଏ ପାଣି ଆଣିବାକୁ ଯାଇଥାନ୍ତି । ଏପରିକି ନଦୀକୂଳିଆ ଲୋକଙ୍କ ଚଳପ୍ରଚଳ ପାଇଁ ନଦୀପଠାରେ ଘାଟ ନିର୍ମାଣ କରାଯାଇଛି । ହେଲେ ତାରବାଡ଼ ନଥିବାରୁ ଅନେକ ସମୟରେ ହିଂସ୍ର କୁମ୍ଭୀର ନୂଳରେ ଶୋଇ ରହୁଛି । ଅନ୍ୟପଟେ ଭଦ୍ରକ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବୈତରଣୀ ନଦୀର ୩/୪ଟି ସ୍ଥାନରେ ସଚେତନତା ବ୍ୟାନର ଲଗାଯାଇଥିଲେ ମଧ୍ୟ ନଦୀକୂଳରେ ତାରବାଡ ନ ଥିବାରୁ କୁମ୍ଭୀର କେତେବେଳେ ମଣିଷଙ୍କୁ ତ ଆଉ କେତେବେଳେ ଗୃହପାଳିତ ପଶୁଙ୍କୁ ଝାମ୍ଫି ନେଉଥିବା ନଦୀକୂଳିଆ ଲୋକମାନେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    40.5 ° C
    40.5 °
    40.5 °
    17 %
    3.4kmh
    16 %
    Sat
    40 °
    Sun
    42 °
    Mon
    44 °
    Tue
    42 °
    Wed
    43 °

    ସମ୍ବନ୍ଧିତ