Monday, October 5, 2026
29.8 C
Odisha

    ବୋର୍ଡ ଅଫ୍ ରେଭେନ୍ୟୁଙ୍କ ଐତିହାସିକ ରାୟ, ମହାପ୍ରଭୁଙ୍କ ଖାତାକୁ ଫେରିଲା ୫୨ ଏକର ଜମି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବୋର୍ଡ ଅଫ୍ ରେଭେନ୍ୟୁଙ୍କ ଐତିହାସିକ ରାୟ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଖାତାକୁ ଫେରିଲା ୩୦୦ କୋଟି ଟଙ୍କାର ୫୭ ଏକର ଜମି । ଜଟଣୀ ତହସିଲ କୁଦିଆରୀ ମୌଜାରେ ଥିବା ପ୍ରାୟ ୩୦୦ କୋଟି ଟଙ୍କାର ୫୭ ଏକର ବହୁମୂଲ୍ୟ ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଖାତାକୁ ଫେରିଛି । ବୋର୍ଡ ଅଫ୍ ରେଭେନ୍ୟୁଙ୍କ ସଦସ୍ୟ ଶ୍ରୀ ସତ୍ୟବ୍ରତ ସାହୁ ଦୁଇଟି ରିଭିଜନ୍ ପିଟିସନ୍ କୁ ମଞ୍ଜୁର କରି ବିବାଦୀୟ ଜମିର ହାଲ୍ ରେକର୍ଡକୁ ସଂଶୋଧନ କରି ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କ ନାମରେ ଲିପିବଦ୍ଧ କରିଛନ୍ତି । ଏହି ମାମଲାଟି ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅଧୀନ କୁଦିଆରି ମୌଜାର ୫୭ ଏକରର ବିଶାଳ ଜମି ସହ ସମ୍ପୃକ୍ତ । ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୩୦୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି । ଏହି ଜମିକୁ ୧୯୬୧ ମସିହାରେ ଏକ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ପାଇଁ ଦିଆଯାଇଥିବା ଧାର୍ମିକ/ଦାତବ୍ୟ ଲିଜ୍ ଆଇନସଙ୍ଗତ ନଥିଲା ବୋଲି କୋର୍ଟ ଦର୍ଶାଇଛନ୍ତି ।

    ଓଡ଼ିଶା ହିନ୍ଦୁ ଧର୍ମୀୟ ଏଣ୍ଡାଓମେଣ୍ଟ ଆକ୍ଟ, ୧୯୫୧ର ଧାର୍ମିକ ନିୟମ ଅନୁଯାୟୀ ୫ବର୍ଷରୁ ଅଧିକ ସମୟ ପାଇଁ ଜମି ଲିଜ୍ ଦେବାକୁ ହେଲେ ଏଣ୍ଡାଓମେଣ୍ଟ କମିଶନରଙ୍କ ପୂର୍ବ ଅନୁମୋଦନ ବାଧ୍ୟତାମୂଳକ ଥିଲା, ଯାହା ଏହି ମାମଲାରେ ନଥିଲା । ତହସିଲଦାରଙ୍କ ରିପୋର୍ଟ ଅନୁସାରେ, ଜମିରେ କୌଣସି ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ କରାଯାଇ ନାହିଁ କିମ୍ବା ମନ୍ଦିରକୁ ଏଥିରୁ କୌଣସି ଆର୍ଥିକ ଲାଭ ମିଳିନାହିଁ, ଜମିଟି ଏବେ ମଧ୍ୟ ସମ୍ପୂର୍ଣ୍ଣ ଖାଲି ପଡ଼ିଛି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ରେକର୍ଡ ଅଫ୍ ରାଇଟସ୍ କୌଣସି ବ୍ୟକ୍ତିଙ୍କ ସ୍ୱତ୍ୱ ସୃଷ୍ଟି କରେ ନାହିଁ । ତେଣୁ ଏହି ଜମିକୁ ତୁରନ୍ତ ‘ଅନାବାଦୀ-ପୁରାତନ ପତିତ’ କିସମରେ ମହାପ୍ରଭୁଙ୍କ ନାମରେ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଇନ ବିଶେଷଜ୍ଞଙ୍କ ମତରେ, ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନଗୁଡ଼ିକର ସମ୍ପତ୍ତି ସୁରକ୍ଷା ଓ ପୁନରୁଦ୍ଧାର ଦିଗରେ ଏହି ମାଇଲଖୁଣ୍ଟ ରାୟ ଭବିଷ୍ୟତରେ ଏକ ଗୁରୁତ୍ୱପୂର୍ଣ୍ଣ ନଜିର ସୃଷ୍ଟି କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.8 ° C
    29.8 °
    29.8 °
    52 %
    1.6kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ