Friday, July 10, 2026
30.9 C
Odisha

    ଝାରପଡ଼ା ଜେଲରେ ଆଉ ଜଣେ HIV ପଜେଟିଭ୍ ଚିହ୍ନଟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଝାରପଡ଼ାରେ ଜେଲରେ ଆଉ ଜଣେ HIV ଚିହ୍ନଟ । ଝାଡ଼ାପଡା ସ୍ୱତନ୍ତ୍ର କାରାଗାରରେ ଆଉ ଜଣେ ଅନ୍ତେବାସୀ HIV ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ଜେଲରେ ଏଚ୍ ଆଇଭି ସଂକ୍ରମିତ କଏଦୀଙ୍କ ସଂଖ୍ୟା ୮ରୁ ବଢ଼ି ୯ରେ ପହଞ୍ଚିଛି । ଗତକାଲି ଏକ ଚୋରି ମାମଲାରେ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଥିବା ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ ଝାଡ଼ାପଡା ଜେଲକୁ ପଠାଯାଇଥିଲା । ଜେଲରେ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ HIV ପଜିଟିଭ୍ ଥିବା ଜଣାପଡ଼ିଛି । ଫଳରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଓ ପୃଥକ ବ୍ୟବସ୍ଥାରେ ରଖି ନିୟମାନୁସାରେ ପଦକ୍ଷେପ ଗ୍ରହଣ କରୁଛନ୍ତି ।

    ସୂଚନାଯୋଗ୍ୟ, ମାତ୍ର କିଛି ଦିନ ପୂର୍ବରୁ ଝାରପଡ଼ା ଜେଲରେ ୮ HIV ପଜିଟିଭ ଚିହ୍ନଟ ହୋଇଥିଲା । ଚିହ୍ନଟ ହୋଇଥିଲେ ୮ଜଣ ରୋଗୀ । HIV ଆକ୍ରାନ୍ତ ରୋଗୀ ଚିହ୍ନଟ ପରେ ଭୟରେ ଅନ୍ୟ ଅନ୍ତେବାସୀ । ଏନେଇ HIV ରୋଗୀଙ୍କ ଚିକିତ୍ସା ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ପୋକ୍ସୋ କୋର୍ଟ ଓ ଭୁବନେଶ୍ବର ଡିସିପି ଓ ଜେଲ କତୃପକ୍ଷଙ୍କୁ ଅବଗତ କରାଇଛନ୍ତି ଜଣେ କଏଦୀଙ୍କ ଆଡଭୋକେଟ୍ । ଚିଠି ଲେଖି HIV ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ଭାବେ ଜେଲ ପରିସରରେ ଧ୍ୟାନ ଦେବାକୁ ଉଲ୍ଲେଖ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.9 ° C
    30.9 °
    30.9 °
    65 %
    3.2kmh
    100 %
    Fri
    31 °
    Sat
    28 °
    Sun
    24 °
    Mon
    27 °
    Tue
    26 °

    ସମ୍ବନ୍ଧିତ