Thursday, March 12, 2026
22 C
Odisha

    ବୋଲଗଡ଼ ବିଡିଓଙ୍କୁ ନେଇ ଠେଲାପେଲା, ନଅ ଦିନର ଧାରଣା, ନେଲା ରାଜନୈତିକ ରୂପ

    ଆଗକୁ ପଢନ୍ତୁ

    ବୋଲଗଡ଼: ବୋଲଗଡ଼ ବ୍ଲକ ସମ୍ମୁଖରେ ଉତ୍ତେଜନା । ବିଡ଼ିଓଙ୍କ ବଦଳି ଦାବିରେ ନଅ ଦିନ ହେବ ଚାଲିଥିବା ଧାରଣା, ଆଜି ରାଜନୈତିକ ରୂପ ନେଇଛି । ଅଭିଯୋଗ ମୁତାବକ ବୋଲଗଡ଼ ବ୍ଲକ ସଭାପତି ଯେତେବେଳେ ବ୍ଲକ ଅଫିସକୁ ଯିବାକୁ ଉଦ୍ୟମ କରିଥିଲେ ସେତେବେଳେ ଅଫିସରେ ତାଲା ପକାଇ ଦିଆଯାଇଥିଲା । ଏହାକୁ ନେଇ ସୃଷ୍ଟି ହୋଇଥିଲା ଉତ୍ତେଜନା । ଦେଖିବାକୁ ମିଳିଥିଲା ଠେଲାପେଲା ।

    ବେଶ କିଛି ଦିନ ହେଲା ବୋଲଗଡ଼ ବିଡିଓ ସୁମନସୁଧା କୁଣ୍ଡୁକୁ ନେଇ ବିବାଦ ଲାଗି ରହିଛି। ପଞ୍ଚାୟତ ପ୍ରତିନିଧିଙ୍କ କଥା ଶୁଣୁ ନଥିବା ଏବଂ ମନମାନି କରୁଥିବା ନେଇ ବିଡିଓଙ୍କ ନାଁରେ ଅଭିଯୋଗ ହେଉଥିଲା । ଜାନୁଆରୀ ୨୬ ତାରିଖ ଦିନ ସାଧାରଣତନ୍ତ୍ର ଦିବସ ଆୟୋଜନରେ ଅବ୍ୟବସ୍ଥା ପରେ ବିବାଦ ତୀବ୍ର ରୂପ ନେଇଥିଲା । ଏହାପରଠାରୁ ବିଡ଼ିଓଙ୍କ ବଦଳି ଦାବି ହୋଇ ଆସୁଛି । ନଅ ଦିନ ହେଲା ବିଡ଼ିଓଙ୍କ ବଦଳି ଦାବିରେ ଲୋକେ ଧାରଣା ଦେଉଛନ୍ତି । ଧାରଣାକୁ ସମର୍ଥନ ଦେଇଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ । ଗତକାଲି ସାଂସଦ ସୁଲତା ଦେଓ, ଲେଲିନ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ । ଭାରତୀୟ ଜନତା ପାର୍ଟିର କିଛି କର୍ମୀ ଆନ୍ଦୋଳନକାରୀଙ୍କୁ ସମର୍ଥନ କରୁଛନ୍ତି ।  ସେପଟେ ଆଜି ବିଜେପି ନେତା ବିଡିଓଙ୍କ ସମର୍ଥନରେ ବୋଲଗଡରେ ସମନ୍ତରାଳ ଭାବେ ଜନଜାଗରଣ ଶୋଭାଯାତ୍ରା କରୁଛନ୍ତି । ଯାହାକୁ ନେଇ ବୋଲଗଡ଼ରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି ।  ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବୋଲଗଡ ପୋଲିସ ପ୍ରଶାସନ ପକ୍ଷରୁ ଦୁଇ ପ୍ଲାର୍ଟୁନ ଫୋର୍ସ ମୁତୟନ ରଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    22 %
    2.2kmh
    0 %
    Thu
    37 °
    Fri
    38 °
    Sat
    39 °
    Sun
    38 °
    Mon
    37 °

    ସମ୍ବନ୍ଧିତ