Friday, April 3, 2026
36.1 C
Odisha

    ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଭୟ: ଇସଲାମାବାଦକୁ ସେନା ମୁଖ୍ୟାଳୟ ସ୍ଥାନାନ୍ତର କରିବ ପାକିସ୍ତାନ

    ଆଗକୁ ପଢନ୍ତୁ

    ଇସଲାମାବାଦ: ପାକିସ୍ତାନ ନିଜର ସେନା ମୁଖ୍ୟାଳୟକୁ ରାୱଲପିଣ୍ଡିର ଚକଲାଲାରୁ ଇସଲାମାବାଦ ସ୍ଥାନାନ୍ତର କରିବାକୁ ବିଚାର କରୁଛି। ମେ’ ୧୦ ତାରିଖରେ ଭାରତୀୟ ବାୟୁସେନା ନୁର ଖାନ୍ ଏୟାରବେସ୍ ଉପରେ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଦ୍ବାରା ପ୍ରଚଣ୍ଡ ଆକ୍ରମଣ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି ଯେ ଏହି ସ୍ଥାନାନ୍ତର ଯୋଜନାକୁ ନିଶ୍ଚିତ କରାଯାଇଛି ଏବଂ ଏହାକୁ ସିଧାସଳଖ ବର୍ତ୍ତମାନର ମୁଖ୍ୟାଳୟକୁ ନେଇ ବଢୁଥିବା ସୁରକ୍ଷା ଚିନ୍ତା ସହିତ ଯୋଡ଼ାଯାଇଛି । ଇସଲାମାବାଦଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ ନୁର୍ ଖାନ୍ ଏୟାରବେସ୍ ହେଉଛି ଏକ ରଣନୈତିକ ସାମରିକ ସ୍ଥଳ। ଏହା ପାକିସ୍ତାନର ସେନା ମୁଖ୍ୟାଳୟ ନିକଟରେ ଅବସ୍ଥିତ ଏବଂ ଗୁରୁତ୍ୱପୂର୍ଣ୍ଣ ପରିବହନ ବିମାନ, ସର୍ଭେଲାନ୍ସ ସିଷ୍ଟମ ଏବଂ ଇନ୍ଧନ ଭର୍ତ୍ତି ସ୍କ୍ୱାଡ୍ରନ୍ ରଖିବା ପାଇଁ ବ୍ୟବହାର ହେଉଛି।

    ଚୀନ୍ କମ୍ପାନି ମିଜାଭିଜନ୍ ଏବଂ ଭାରତର କାୱା ସ୍ପେସ୍‌ର ସାଟେଲାଇଟ୍ ଫଟୋରେ ଉକ୍ତ ବେସ୍ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି। ଫଟୋରେ ଦେଖିବାକୁ ମିଳିଛି ଭଙ୍ଗା ଇନ୍ଧନ ଟ୍ରକ୍, ଭୁଶୁଡ଼ି ପଡ଼ିଥିବା ଗୋଦାମ ଛାତ ଓ ମୁଖ୍ୟ ରନ୍‌ୱେ ନିକଟରେ ଆବର୍ଜନା ପଡ଼ିଛି। ରାଵଲପିଣ୍ଡିରେ ଭାରତୀୟ ଡ୍ରୋନ୍‌ର ଗଭୀର ପ୍ରବେଶ ଏକ ବଡ଼ ଝଟକା ଆଣିଛି। ଏଭଳି ସମ୍ବେଦନଶୀଳ ସ୍ଥାନରେ ବାୟୁସେନା ସମ୍ପତ୍ତିକୁ କେନ୍ଦ୍ରୀଭୂତ ନ କରିବା ପାଇଁ ସେନା ଚୀନ୍ ସେନାର ପରାମର୍ଶକ୍ରମେ ପାକିସ୍ତାନ ଏହି ଘାଟିର ବିକଳ୍ପ ଚିନ୍ତା କରୁଛି ଏବଂ ମୁଖ୍ୟାଳୟକୁ ମଧ୍ୟ ବ୍ରହ୍ମୋସ୍‌ ଟାର୍ଗଟ୍‌ରୁ ରକ୍ଷା କରବାକୁ ଇସ୍‌ଲାମାବାଦ ନେବାକୁ ତତ୍ପରତା ଦେଖାଇଛି।

    ଭାରତର ଏୟାର ମାର୍ଶାଲ ଏ.କେ ଭାରତୀ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ନୁର୍‌ ଖାନ୍‌ ଏୟାରଫିଲ୍ଡରେ ଭାରତୀୟ ଆକ୍ରମଣର ପ୍ରଭାବକୁ ସ୍ପଷ୍ଟ ଭାବରେ ଦର୍ଶାଇ  ଫଟୋ ଉପସ୍ଥାପନ କରିଥିଲେ। ଏହି ବେସ୍‌କୁଏପରି ଭାବରେ ନିଷ୍କ୍ରିୟ କରାଯାଇଥିଲା ଯେ ଏଠାରୁ ପାକିସ୍ତାନ ବାୟୁସେନା (ପିଏଏଫ୍‌) ନେତୃତ୍ୱ ଏବଂ ଏହାର କାର୍ଯ୍ୟକାରୀ ୟୁନିଟ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ଛିନ୍ନ ହୋଇଥିଲା। ପାକ୍‌ ବାୟୁସେନା ପାଇଁ ଏହା ଏକ ବିଶାଳ କ୍ଷତି ବୋଲି ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ସାମରିକ ବିଶେଷଜ୍ଞମାନେ ସେମାନଙ୍କ ମତ ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ