Thursday, April 9, 2026
32.4 C
Odisha

    ବ୍ରେନ ମ୍ୟାଲେରିଆରେ ଚତୁର୍ଥ ଶ୍ରେଣୀ ଛାତ୍ରୀର ମୃତ୍ୟୁ

    ଆଗକୁ ପଢନ୍ତୁ

    ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତରେ ଥିବା କରପା ସେବାଶ୍ରମର ଚତୁର୍ଥଶ୍ରେଣୀ ଛାତ୍ରୀ ରଶ୍ମିତା ନାଚିକା (୯)ର ବ୍ରେନ ମ୍ୟାଲେରିଆରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଉକ୍ତ ପଞ୍ଚାୟତର କ୍ରିଷ୍ଣ।ପାତ୍ର ଗୁଡା ଗ୍ରାମର ସମ୍ବୁରୁ(ନାରାୟା) ନାଚିକାଙ୍କ ସାନଝିଅ ରଶ୍ମିତା ନାଚିକା (୯)କରପା ସେବାଶ୍ରମରେ ଚତୁର୍ଥଶ୍ରେଣୀ ଅଧୟନ କରିଆସୁଥିଲେ। ତାକୁ ବିଦ୍ୟାଳୟରେ ଜ୍ଵର ହେବାରୁ ବିଦ୍ୟାଳୟ ପକ୍ଷରୁ ବଟିକା ଦେଇ ରଖିଥିଲେ ।ତାର ଦେହ ଅଧିକା ଖରାପ ହେବା ଯୋଗୁଁ ଶୁକ୍ରବାର ସନ୍ଧ୍ୟାରେ ସମ୍ବୁରୁଙ୍କୁ ଯୋଗାଯୋଗ କରି ଝିଅର ଦେହ ଖରାପ ହୋଇଥିବା କହିଥିଲେ ।ଏହି ଖବର ପାଇ ବାପା ସେବାଶ୍ରମକୁ ଯାଇ ଝିଅର ସ୍ୱାସ୍ଥ୍ୟ ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ଘରକୁ ଆଣି ଆଦିବାସୀ ପରମ୍ପରା ଅନୁଯାୟୀ ଦେଶୀ ଔଷଧ ଦେଇଥିଲେ। ସେଥିରେ ଝିଅର ଜ୍ଵର ନ କମିବାରୁ ବାପା ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡାକି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ଝିଅର ଜ୍ଵର ମୁଣ୍ଡକୁ ଚଢ଼ି ଯାଇଛି ବୋଲି କହି ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଦେଇଥିଲେ ।ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ସେହିଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ଝିଅର ଅବସ୍ଥା ଗୁରୁତର ହୋଇଥିବାରୁ ବ୍ରହ୍ମପୁର ନଚେତ କୋରାପୁଟ ନେଇଯିବା ପାଇଁ କହିଥିଥିଲେ। କୋରାପୁଟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    32.4 ° C
    32.4 °
    32.4 °
    28 %
    4kmh
    100 %
    Thu
    31 °
    Fri
    37 °
    Sat
    39 °
    Sun
    41 °
    Mon
    43 °

    ସମ୍ବନ୍ଧିତ