Saturday, October 10, 2026
27.9 C
Odisha

    ବେକରେ ଲୁଗା ଲଗାଇ ଛାତ୍ରଙ୍କ ଆତ୍ମହତ୍ୟା

    ଆଗକୁ ପଢନ୍ତୁ

    ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ନିକଟ ତଥା କଲେଜ ରୋଡରେ ରହୁଥିବା ଛାତ୍ର ରୁଦ୍ର ନାରାୟଣ ବେହେରା (୨୨) ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ରୁଦ୍ର ଜିଆଇଇଟି ବିଶ୍ବ ବିଦ୍ୟାଳୟରେ ଅଧ୍ୟୟନରତ ଥିବାବେଳେ ତାଙ୍କ ଘର ଛତ୍ରପୁର ବୋଲି ଜଣାପଡ଼ିଛି। ଗୁରୁବାର ସଂଧ୍ୟାରେ ମାଆ ବାହାରକୁ ଯାଇ ଥିବାବେଳେ ଛାତ୍ର ଜଣଙ୍କ ବେକରେ ଲୁଗା ଦେଇ ଝୁଲି ପଡ଼ିଥିଲେ। ପୁଲିସ ଏ ସଂପର୍କରେ ଖବର ପାଇ ଛାତ୍ରଙ୍କୁ ଉଦ୍ଧାର କରି ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସେ କଣ ପାଇଁ ଆତ୍ମହତ୍ୟା କରିଛନ୍ତି ଜଣାପଡି ନ ଥିବାବେଳେ ଘରୁ ଏକ ସୁଇସାଇଡ ନୋଟ୍‌ ପୁଲିସ ଜବତ କରିଥିବା ଜଣାପଡ଼ିଛି। ପୁଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ