Wednesday, April 2, 2025
27 C
Odisha

    ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର: ସମସ୍ତଙ୍କ ପାଇଁ ମାଗଣା ହେଲା ଘିବଲି ଇମେଜ୍ !

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସମସ୍ତଙ୍କ ପାଇଁ ଫ୍ରି ହେଲା ଘିବଲି ଇମେଜ୍ । ଏବେ ସମସ୍ତେ ଏହି ଘିବଲି ଷ୍ଟାଇଲ ଫଟୋ ନିଜେ କରିପାରିବେ । ଆଉ କାହା ପାଇଁ ବାଧକ ନାହିଁ କି କାହାକୁ ଟଙ୍କା ଦେବାକୁ ପଡିବନି । ଘିବଲି ଇମେଜର ଲୋକପ୍ରିୟତା ଏବଂ ଏହାର ବହୁଳ ବ୍ୟବହାର ପରେ ଏମିତି ଘୋଷଣା କରିଛନ୍ତି ଚାଟ୍ ଜିପିଟି ନିର୍ମାତା ତଥା ଓପନ ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍ । ସୋସିଆଲ ମିଡିଆ ଏକ୍ସରେ ଏହି ପୋଷ୍ଟ କରି ଓପନ ଏଆଇର ସିଇଓ ସମସ୍ତ ୟୁଜର୍ସଙ୍କୁ ସୂଚନା ଦେଇଛନ୍ତି । ପୂର୍ବରୁ ପେଡ୍ ସବ୍ସକ୍ରାଇବରମାନେ ହିଁ  ଏହି ଇମେଜ ତିଆରି କରିବା ପାଇଁ ସକ୍ଷମ ହେଉଥିବା ବେଳେ ମାଗଣାରେ ବ୍ୟବହାର କରୁଥିବା ୟୁଜର୍ସଙ୍କୁ ମାତ୍ର ୩ଟି ଘିବଲି ଫଟୋ ପାଇଁ ଅନୁମତି ଥିଲା । ମାତ୍ର ଏବେ ସମସ୍ତଙ୍କ ପାଇଁ ଏହା ମାଗଣା ହେଲା ବୋଲି ଘୋଷଣା କରିଛନ୍ତି ସାମ୍ ଅଲ୍ଟମ୍ୟାନ୍ ।

    ତେବେ ଦୁଇ ଦିନ ଅଲ୍ଟମ୍ୟାନ୍ ୟୁଜର୍ସଙ୍କୁ ଟିକେ ସ୍ଲୋ ହେଇଯିବାକୁ ଅନୁରୋଧ କରିଥିଲେ । ସାମ୍ ଅଲ୍ଟମ୍ୟାନ୍ ଲେଖିଥିଲେ ‘ଦୟାକରି ଆପଣମାନେ ଟିକେ ଶାନ୍ତ ହୁଅନ୍ତୁ… ଫଟୋ ଜେନେରେଟ୍ କରିବା ଟିକେ ବନ୍ଦ କରନ୍ତୁ ଆଉ ଆମ ଟିମକୁ ଟିକେ ଶୋଇବାକୁ ଦିଅନ୍ତୁ…’ ।

    ଘିବଲି ଇମେଜ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିବା ପରେ ଆଉ ଏହି ପୋଷ୍ଟ ନିଆଁ ଭଳି ଭାଇରାଲ ହେବା ପରେ ଏମିତି ପୋଷ୍ଟ କରି ୟୁଜର୍ସଙ୍କୁ ଅନୁରୋଧ କରିଥିଲେ ସାମ୍ ଅଲ୍ଟମ୍ୟାନ୍ । ଆଉ ଆଜି ୟୁଜର୍ସଙ୍କ ପାଇଁ ଏହା ମୁକ୍ତ ବୋଲି ବଡ ଘୋଷଣା କରିଛନ୍ତି ଚାଟ୍ ଜିପିଟି ନିର୍ମାତା ତଥା ଓପନ ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27 ° C
    27 °
    27 °
    56 %
    3.1kmh
    81 %
    Wed
    27 °
    Thu
    39 °
    Fri
    38 °
    Sat
    40 °
    Sun
    41 °

    ସମ୍ବନ୍ଧିତ