Monday, October 19, 2026
21.9 C
Odisha

    ବ୍ୟାଙ୍କରେ ପଡ଼ିଛି କି ଆପଣଙ୍କ ପୂର୍ବପୁରୁଷଙ୍କ ଟଙ୍କା ? ସହଜରେ ମିଳିବ, ଖୋଲିଲା ନୂଆ ପୋର୍ଟାଲ

    ଆଗକୁ ପଢନ୍ତୁ

    ବ୍ୟାଙ୍କରେ ପଡ଼ିଛି କି ଆପଣଙ୍କ ପୂର୍ବପୁରୁଷଙ୍କ ଟଙ୍କା ? ଏବେ ସହଜରେ ମିଳିଯିବ। ଖୋଲିଲା ନୂଆ ପୋର୍ଟାଲ। ଗୋଟିଏ କ୍ଲିକରେ ଅନକ୍ଲେମ ବା ଅଦାବି ଟଙ୍କାର ସବୁ ତଥ୍ୟ! ମିଳିଯିବ। ବ୍ୟାଙ୍କ ଖାତାରୁ ଇନସ୍ୟୁରାନ୍ସ ପର୍ଯ୍ୟନ୍ତ, ଆପଣଙ୍କ ହକ୍ ପଇସାକୁ ଫେରାଇବେ ସରକାର। ଅନେକ ଲୋକଙ୍କର ପୂର୍ବପୁରୁଷଙ୍କର କିଛି ନା କିଛି ଟଙ୍କା ବ୍ୟାଙ୍କ ଆକାଉଣ୍ଟ, ଇନସ୍ୟୁରାନ୍ସ, କମ୍ପାନୀର ଶେୟାର କିମ୍ବା ମ୍ୟୁଚୁଆଲ ଫଣ୍ଡରେ ଜମା ହୋଇ ରହିଯାଇଥାଏ । ଯାହାକୁ କେହି ଦାବି କରିନଥାନ୍ତି ।

    ଏହି ସବୁ ଟଙ୍କାର ସନ୍ଧାନକୁ ସହଜ କରିବା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବିଭାଗ (DFS) ପକ୍ଷରୁ ଏକ ସ୍ୱତନ୍ତ୍ର ଅନଲାଇନ୍ ପ୍ଲାଟଫର୍ମ ‘କମନ ଲ୍ୟାଣ୍ଡିଂ ପୋର୍ଟାଲ’ ର ଶୁଭାରମ୍ଭ କରାଯାଇଛି। ଏହି ପୋର୍ଟାଲରେ ସିଙ୍ଗଲ୍ ୱିଣ୍ଡୋ ସୁବିଧା ରହିଛି। ଦେଶର ନାଗରିକମାନେ ଏବେ ଗୋଟିଏ ଜାଗାରେ ବ୍ୟାଙ୍କ ଜମା, ବୀମା ଦାବି, ଶେୟାର, ଡିଭିଡେଣ୍ଡ ଏବଂ ମ୍ୟୁଚୁଆଲ ଫଣ୍ଡ୍ ଭଳି ସମସ୍ତ ଅନକ୍ଲେମ୍ ସମ୍ପତ୍ତିର ସନ୍ଧାନ କରିପାରିବେ।

    ଏହି ସେବା ପାଇଁ ୱେବସାଇଟ୍ ଜାରି କରାଯାଇଛି। ‘ପିଏସବି ଆଲାୟନ୍ସ’ ସହଯୋଗରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏହି ପଦକ୍ଷେପ ସରକାରଙ୍କ ଦେଶବ୍ୟାପୀ ଚାଲିଥିବା “ଆପଣଙ୍କ ପୁଞ୍ଜି, ଆପଣଙ୍କ ଅଧିକାର” ଅଭିଯାନକୁ ଆହୁରି ମଜବୁତ କରିବ। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସେମାନଙ୍କର ପ୍ରକୃତ ଆର୍ଥିକ ସମ୍ପତ୍ତି ଫେରାଇବା।

    ଆର୍ଥିକ ସେବା ବିଭାଗର ସଚିବ ଏମ୍. ନାଗରାଜୁ ଏହି ପୋର୍ଟାଲ୍ ର ଉନ୍ମୋଚନ କରି କହିଛନ୍ତି, ଏହା ଦ୍ୱାରା ସାଧାରଣ ଜନତାଙ୍କ ଅସୁବିଧା ଦୂର ହେବ ଏବଂ ସେମାନେ ନିଜର ପ୍ରାପ୍ୟ ସହଜରେ ପାଇପାରିବେ। ଏହା ଆମ ଦେଶର ଆର୍ଥିକ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ସଶକ୍ତ କରିବା ସହ ‘ବିକଶିତ ଭାରତ ୨୦୪୭’ର ସଂକଳ୍ପକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ