Monday, October 19, 2026
21.9 C
Odisha

    ଓଡ଼ିଶାରେ ଭୋଟର ତାଲିକାର ବଡ଼ ସଂଶୋଧନ, କାଲିଠୁ ଘରକୁ ଘର ବୁଲିବେ BLO

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶାରେ ଭୋଟର ତାଲିକାର ବଡ଼ ସଂଶୋଧନ। କାଲିଠୁ ଘରକୁ ଘର ବୁଲିବେ BLO । ସାମିଲ ହେବେ ୩ କୋଟି ୩୩ ଲକ୍ଷରୁ ଅଧିକ ଭୋଟର। ଓଡ଼ିଶାର ଭୋଟରମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ରାଜ୍ୟରେ ଭୋଟର ତାଲିକାକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେବଡ଼ ଧରଣର ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ ବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କାଲିଠୁ ଯୋଗ୍ୟତା ଅବଧି ଭାବେ ଧାର୍ଯ୍ୟ କରାଯାଇଛି। ଏ ନେଇ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟରେ ସୂଚନା ଦେଇଛନ୍ତି । ଏହି ଅଭିଯାନରେ ରାଜ୍ୟର ପ୍ରାୟ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଜଣ ପଞ୍ଜୀକୃତ ଭୋଟରଙ୍କ ତଥ୍ୟ ଯାଞ୍ଚ କରାଯିବ । ଆସନ୍ତାକାଲିଠୁଜୁନ୍ ୨୮ ପର୍ଯ୍ୟନ୍ତ ୪୫ ହଜାର ୨୫୫ ଜଣ ପ୍ରଶିକ୍ଷିତ ବୁଥ୍ ଲେଭଲ୍ ଅଫିସର (BLO) ଘରକୁ ଘର ବୁଲି ଯାଞ୍ଚ କରିବେ। ଘରକୁ ଘର ବୁଲିବା ସମୟରେ BLO ମାନେ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ଲେଖାଏଁ ‘ଏନୁମେରେସନ ଫର୍ମ’ ଦେବେ। ଭୋଟରମାନେ ସେହି ଫର୍ମରେ ନିଜର ବ୍ୟକ୍ତିଗତ ତଥ୍ୟ, ପରିବାରର ବିବରଣୀ ଓ ୨୦୦୨ ଭୋଟର ତାଲିକାର ସୂଚନା ସଠିକ୍ ଭାବେ ପୂରଣ କରିବେ।

    ପୂରଣ ହୋଇଥିବା ଫର୍ମର ଗୋଟିଏ କପି BLO ଙ୍କୁ ଦେବାକୁ ହେବ ।BLO ଦ୍ୱିତୀୟ କପିରେ ଏହାର ପ୍ରାପ୍ତି ସ୍ୱୀକାର ପ୍ରଦାନ କରିବେ । ଫର୍ମ ସଂଗ୍ରହ ପାଇଁ BLO ମାନେ ପ୍ରତିଦିନ ଅପରାହ୍ନ ୩ଟାରୁ ସଂଧ୍ୟା ୫ ଟା ପର୍ଯ୍ୟନ୍ତ ନିଜ ନିଜ ମତଦାନ କେନ୍ଦ୍ରରେ ଉପଲବ୍ଧ ରହିବେ। ଯଦି କୌଣସି ଭୋଟର ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ନିର୍ବାଚନ କମିଶନଙ୍କ ଅଫିସିଆଲ୍ ପୋର୍ଟାଲ୍ https://voters.eci.gov.in/ କୁ ଯାଇପାରିବେ କିମ୍ବା ସ୍ଥାନୀୟ BLO, CEO, DEO ଏବଂ ERO ଅଫିସରେ ଖୋଲାଯାଇଥିବା ‘ଭୋଟର ହେଲ୍ପ ଡେସ୍କ’ ସହ ଯୋଗାଯୋଗ କରିପାରିବେ । ଏହି ସଂପୂର୍ଣ୍ଣ ପ୍ରକ୍ରିୟା ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ ହେବ । କାଲିଠୁ ଜୁନ ୨୮ ପର୍ଯ୍ୟନ୍ତ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ହେବ। ଜୁଲାଇ ୫ରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ । ୫ ଜୁନରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ଆପତ୍ତି ଓ ଅଭିଯୋଗ ଦାଖଲ ଅବଧି ଦାଖଲ ହେବ । ସେପ୍ଟେମ୍ବର ଛଅ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ମଧ୍ୟ ନିଜ ନିଜର ବୁଥ୍ ଲେଭଲ୍ ଏଜେଣ୍ଟ ନିଯୁକ୍ତ କରିଛନ୍ତି। ମୋଟ ୩୩ ହଜାର ୦୨୬ ଜଣ BLA ଙ୍କ ମଧ୍ୟରୁ ବିଜେପି ସର୍ବାଧିକ ୧୯ ହଜାର ୩୮୦ ଜଣ ଏଜେଣ୍ଟ ନିଯୁକ୍ତ କରିଥିବା ବେଳେ ବିଜେଡି ୮ ହଜାର ୮୮୧ ଜଣ, କଂଗ୍ରେସ ୪ ହଜାର ୬୫୮ ଜଣ ଓ ଅନ୍ୟାନ୍ୟ ଦଳ ପକ୍ଷରୁ ୧୦୭ ଜଣ ଏଜେଣ୍ଟଙ୍କୁ ନିଯୁକ୍ତ କରାଯାଇଛି । ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳକୁ ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ BLA ନିଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି । ଯେପରି କୌଣସି ଜାଲ୍ ବା ଦୋହରା ନାଁ ଭୋଟର ତାଲିକାରେ ରହିବେ ନାହିଁ ଗୁରୁତ୍ବ ଦିଆଯାଇଛି। ଆଗାମୀ ନିର୍ବାଚନଗୁଡ଼ିକ ପୂର୍ବରୁ ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ନିର୍ଭୁଲ୍ କରିବା ପାଇଁ ଏହା ବଡ଼ ପ୍ରୟାସ । ନିର୍ବାଚନ ଅଧିକାରୀ ସମସ୍ତ ନାଗରିକଙ୍କୁ ଏହାକୁ ଏକ ଜାତୀୟ କର୍ତ୍ତବ୍ୟ ମନେକରି BLO ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଅପିଲ୍ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ