Thursday, April 2, 2026
26.4 C
Odisha

    ବୟସ୍କ ମାନଙ୍କ ପାଇଁ ପାରାସେଟାମଲ ଔଷଧ କେତେ ସୁରକ୍ଷିତ ? ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ଅନେକ ସମୟରେ ସାମାନ୍ୟ ଜ୍ୱର ଓ ଯନ୍ତ୍ରଣାରୁ ଆରାମ ପାଇଁ ଆମେ ପାରାସେଟାମଲ ଔଷଧ ବୟସ୍କମାନଙ୍କୁ ସେବନ କରିବାକୁ ଦେଇଥାଉ।ଏହାକୁ ସେବନ ଦ୍ୱାରା ଡାଇଜେସନ, ହାର୍ଟ ଓ କିଡ୍ନୀ ସମ୍ବନ୍ଧିତ ଗମ୍ଭୀର ଅସୁବିଧା ହୋଇଥାଏ। ଏହାକୁ ସ୍ପଷ୍ଟ କରିଛନ୍ତି ବ୍ରିଟେନର ନାତିଙ୍ଗହାମ ବିଶ୍ୱବିଦ୍ୟାଳୟର ଗବେଷକମାନେ। ଗୋଟିଏ ଅଧ୍ୟୟନ ଅନୁସାରେ ୬୫ ବର୍ଷ କିମ୍ବା ତାଠାରୁ ଅଧିକ ଆୟୁର ଲୋକେ ଏହି ଔଷଧ ସେବନ ଦ୍ୱାରା ଅନ୍ତ, ହାର୍ଟ ଓ କିଡ୍ନୀ ରୋଗରେ ପ୍ରଭାବିତ ହୋଇପାରନ୍ତି।ଏହାଛଡା ଏହାକୁ ଦୀର୍ଘ ସମୟ ଧରି ସେବନ କଲେ ଡାଇଜେସନ ସମସ୍ୟା ଦେଖା ଯାଇଥାଏ ଏବଂ ଅଳସର ସହିତ ବ୍ଲିଡିଙ୍ଗ ସମସ୍ୟା ହୋଇପାରେ।

    ୧ଲକ୍ଷରୁ ଉର୍ଧ୍ଵ ଲୋକଙ୍କୁ ନେଇ ହୋଇଥିଲା ଅଧୟନ –
    ଏହି ଅଧୟନରେ ୧ଲକ୍ଷରୁ ଉର୍ଧ୍ଵ ବ୍ୟକ୍ତିଙ୍କୁ ସାମିଲ କରାଯାଇ ଥିଲା, ଯେଉଁଥିରେ ସେମାନଙ୍କୁ ବାରମ୍ବାର ପାରାସେଟାମଲ ଦିଆଯାଇଥିଲା।ଏହି ଅଧ୍ୟୟନରେ ପାରାସେଟାମଲ ସେବନ ଦ୍ୱାରା କିଛିଟା ଗମ୍ଭୀର ରୋଗ ଚିହ୍ନଟ କରାଯାଇଥିଲା।

    ୨୪ ରୁ ୩୬ ପ୍ରତିଶତ ପର୍ଯ୍ୟନ୍ତ ବଢିଥାଏ ହେଲ୍ଥ ଇସ୍ୟୁ –
    ଏକ୍ସପର୍ଟଙ୍କ ମତ ଅନୁସାରେ ଜଣାପଡିଛି ଯେ ପାରାସେଟାମଲ ସେବନ ଦ୍ୱାରା ପାଚନ ସମ୍ବନ୍ଧିତ ଗମ୍ଭୀର ସମସ୍ୟା ଦେଖା ଯାଇଥାଏ, ଯେଉଁଥିରେ ପେପଟିକ ଅଳସରର ସମ୍ଭାବନା ଅଧିକ ୨୪ ରୁ ୩୬ ପ୍ରତିଶତ ବଢିଯାଇଥାଏ। ଏହାଛଡା କିଡ୍ନୀ ରୋଗ ୧୯ ପ୍ରତିଶତ,ହାର୍ଟ ଆଟାକ ୯ ପ୍ରତିଶତ ଏବଂ ହାଇ ବିପି ସମସ୍ୟା ୭ ପ୍ରତିଶତ ପର୍ଯ୍ୟନ୍ତ ବଢିଯାଏ।

    ପାରାସେଟାମଲ ବୟସ୍କମାନଙ୍କୁ ଆଦୌ ଦିଆଯିବା ଉଚିତ ନୁହେଁ ବୋଲି ଏହି ଅଧୟନରେ କୁହାଯାଇଛି। ନାଟିଙ୍ଗହମ ବିଶ୍ୱବିଦ୍ୟାଳୟର ଅଧୟନ ଅନୁସାରେ କିଛିଟା ନିର୍ଦ୍ଧିଷ୍ଟ ଆୟୁ ପରେ କିଛିଟା ଔଷଧ ସେବନ କରିବା ଉଚିତ ନୁହେଁ, ଯଦିବି ଆପଣ ସେବନ କରୁଛନ୍ତି ତେବେ ସୀମିତ ମାତ୍ରାରେ ସେବନ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    49 %
    2.1kmh
    0 %
    Wed
    27 °
    Thu
    40 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ