Sunday, October 4, 2026
22.7 C
Odisha

    ଭଡ଼ା ଘରେ ଜୀବନ ହାରିଲେ ନର୍ସ, କାରଣ ଅସ୍ପଷ୍ଟ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼  :   ସୁନ୍ଦରଗଡ଼ ସହରର ଶ୍ରୀରାମ ନଗର ଅଞ୍ଚଳରେ ଜଣେ ୨୩ ବର୍ଷୀୟା ଯୁବତୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ଯୁବତୀ ଜଣକ ସୁସ୍ମିତା ତିର୍କୀ ବୋଲି ଜଣାପଡ଼ିଛି। ସେ ଶ୍ରୀରାମ ନଗରରେ ଏକ ଭଡା ଘରେ ରହୁଥିଲେ।

    ସୂଚନା ଅନୁସାରେ, ସୁସ୍ମିତା ନିଜ ଓଢ଼ଣିରେ ବେକରେ ଫାଶ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ମୃତ ସୁସ୍ମିତା ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ୍‌ ଅନ୍ତର୍ଗତ ରଙ୍ଗିଆଢିପା ଗାଁର ବୋଲି ଜଣାପଡ଼ିଛି।

    ସୁସ୍ମିତା ଭଡ଼ା ଘରେ ରହି ଶାନ୍ତିଲତା ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ତେବେ ସେ କେଉଁ କାରଣରୁ ଏଭଳି ଚରମ ପଦକ୍ଷେପ ନେଲେ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଆତ୍ମହତ୍ୟାର ପ୍ରକୃତ କାରଣ ଜାଣିବା ପାଇଁ ଟାଉନ ଥାନା ପୁଲିସ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ