Thursday, February 26, 2026
28.8 C
Odisha

    ଭଦ୍ରକରେ ବାଂଲାଦେଶୀ କିନ୍ନର , ୪ ଜଣଙ୍କୁ ଥାନା ଜିମା ଦେଲେ ଅନ୍ୟ କିନ୍ନର ଗୋଷ୍ଠୀ

    ଆଗକୁ ପଢନ୍ତୁ

    ଭଦ୍ରକ  :  କିନ୍ନର ଗୋଷ୍ଠୀଙ୍କ ବିବାଦ ଭଦ୍ରକ ଜିଲ୍ଲାରେ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କିନ୍ନରଙ୍କ ଉପରେ ସୋମବାର ଟାଉନ ଥାନାରେ ଆକ୍ରମଣ ଅଭିଯୋଗ ପରେ ଅନ୍ୟ କିନ୍ନର ଗୋଷ୍ଠୀ ୪ ଜଣ କିନ୍ନରଙ୍କୁ ଭଦ୍ରକ ସହରାଞ୍ଚଳ ଥାନାରେ ଜିମା ଦେଇଛନ୍ତି। ତେବେ ଏହି ୪ ଜଣ କିନ୍ନର ବାଂଲାଦେଶୀ ବୋଲି ଅଭିଯୋଗ ଆଣିଛନ୍ତି ଶ୍ରାବଣୀ କିନ୍ନର।  ଅନ୍ୟପଟେ ସଞ୍ଜନା ଶାସମଲ କିନ୍ନର ଅଭିଯୋଗ କରିଛନ୍ତି ଯେ ଶ୍ରାବଣୀ କିନ୍ନର ଓ ତାଙ୍କ ସହଯୋଗୀମାନେ ତାଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରୁଛନ୍ତି । ସେ ସବୁକୁ ନମାନିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ରବିବାର ରାତିରେ ଚରମ୍ପା ଅଞ୍ଚଳରେ ସଞ୍ଜନାଙ୍କ ସହଯୋଗୀଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି।

    ବାଙ୍ଗଲାଦେଶୀ ସନ୍ଦେହରେ ଏହି ୪ ଜଣ କିନ୍ନରଙ୍କ କାଗଜପତ୍ର ଯାଞ୍ଚ ଦାବିରେ ସହରାଞ୍ଚଳ ଥାନା ସମ୍ମୁଖରେ ଶ୍ରାବଣୀ କିନ୍ନର ଓ ତାଙ୍କ ସହଯୋଗୀମାନେ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଥିଲା। ୪ ଜଣ କିନ୍ନରଙ୍କୁ ଭଦ୍ରକ ସହରାଞ୍ଚଳ ପୁଲିସ ଅଟକ ରଖିଛି କାଗଜ ପତ୍ର ଯାଞ୍ଚ କରିଥିବା ବେଳେ କିଛି ଅପ୍ରିତୀକର ପରିସ୍ଥିତି ଯେପରି ନ ଉପୁଜେ ସେଥିପାଇଁ  ଘଟଣା ଉପରେ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    17 %
    1.7kmh
    1 %
    Thu
    32 °
    Fri
    34 °
    Sat
    36 °
    Sun
    37 °
    Mon
    38 °

    ସମ୍ବନ୍ଧିତ