Wednesday, April 8, 2026
24.2 C
Odisha

    ଭଦ୍ରକରେ ବିକ୍ରି ଶିଶୁ ଦୁଇ ଦିନ ପରେ କଟକରୁ ଉଦ୍ଧାର

    ଆଗକୁ ପଢନ୍ତୁ

    ଭଦ୍ରକ  : ଜେଜେମା ପାଇଁ ଫେରିଲା ନାତୁଣୀ । ଭଦ୍ରକରେ ବିକ୍ରି ଶିଶୁ ଦୁଇ ଦିନ ପରେ କଟକରୁ ଉଦ୍ଧାର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପୋଲିସ ସହାୟତାରେ କଟକରୁ ଶିଶୁକୁ ଉଦ୍ଧାର କରାଯାଇଛି ।

    ଗତ ୧୨ ତାରିଖ ଦିନ ଭଣ୍ଡାରିପୋଖରୀ ବୟା ବନାପୁର ଗାଁର ସିପୁ ଦାସ ଓ ତାଙ୍କ ସ୍ତ୍ରୀ ନିଜର ଏକ ମାସର ଝିଅକୁ ୩୫ ହଜାର ଟଙ୍କାରେ କଟକରେ ଜଣେ ସମ୍ପର୍କୀୟଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଜେଜେ ମାଆ ସାବିତ୍ରୀ ଦାସ ଥାନାରେ ଜଣାଇବା ପରେ ପୋଲିସ ଗତକାଲି ତୁରନ୍ତ ସିପୁ ଦାସ ଓ ତାଙ୍କ ସ୍ତ୍ରୀ ଏବଂ ଶାଶୂଙ୍କୁ ଉଠାଇ ଆଣି ପଚରା ଉଚରା କରିଥିଲା । ସେମାନେ ଶିଶୁ ଜଣେ ସମ୍ପର୍କୀୟଙ୍କୁ ବିକି ଦେଇଥିବା ମାନିଥିଲେ ।

    ଗତ କାଲି ସନ୍ଧ୍ୟାରେ ଭଣ୍ଡାରିପୋଖରୀ ଥାନା ପୋଲିସ ଟିମ କଟକ ଯାଇ ଶିଶୁ କନ୍ୟାକୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଆଣିଛି । ତାକୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ତେବେ ଧାର ଟଙ୍କା ଶୁଝିବା ପାଇଁ ବାପା ମାଆ ନିଜର ଏକ ମାସର ଶିଶୁ କନ୍ୟାକୁ ବିକ୍ରି କରିଥିବା ପୋଲିସ ଜାଣିବାକୁ ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    77 %
    1.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ