Sunday, June 21, 2026
29.4 C
Odisha

    ଭଲି ଖେଳୁଥିବା ବେଳେ ନାବାଳକକୁ ହାଣିଲା ନାବାଳକ

    ଆଗକୁ ପଢନ୍ତୁ

    ଆଳି : ଭଲି ଖେଳୁଥିବା ବେଳେ ୧୭ବର୍ଷର ନାବାଳକକୁ ଧାରୁଆ ଅସ୍ତ୍ରରେ ହାଣିଲା ୧୬ବର୍ଷର ନାବାଳକ । ଚିକିତ୍ସା ପାଇଁ ଗୁରୁତର ନାବାଳକ ଜଣଙ୍କ ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣାଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାଳପାଟଣା ଗାଁରେ । ଆଜି ଅପରାହ୍ନରେ ମାଳପାଟଣା ଗାଁର ସ୍କୁଲ ପଛପଟେ ଖେଳପଡିଆରେ ଭଲିଖେଳ ଚାଲୁଥିବା ବେଳେ ଜଣେ ନା ବାଳକକୁ ଧାରୁଆ ମାରାଣାସ୍ତ୍ରରେ ଆଉ ଜଣେ ନାବାଳକ ତାର ପିଠି ଓ ବେକକୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଫଳରେ ୧୭ ବର୍ଷୀୟ ନାବାଳକ ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘଟଣାସ୍ଥଳରେ ହିଁ ଗୁରୁତର ହୋଇପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଆଳି ପୋଲିସକୁ ଖବର ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ହେଲେ ଆକ୍ରମଣ ପଛର ପ୍ରକୃତ କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଆକ୍ରମଣକାରୀ ନାବାଳକ ଓ ତାକୁ ସହଯୋଗ କରିଥିବା ଗାଁର ଅନ୍ୟଜଣେ ବ୍ୟକ୍ତିଙ୍କୁ ଆଳି ଥାନାରେ ଆଣି ଅଟକ ରଖିଛି । ଏନେଇ ପୋଲିସର ପତିକ୍ରିୟା ମିଳିପାରନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.4 ° C
    29.4 °
    29.4 °
    56 %
    1.1kmh
    100 %
    Sat
    29 °
    Sun
    32 °
    Mon
    39 °
    Tue
    37 °
    Wed
    35 °

    ସମ୍ବନ୍ଧିତ