Wednesday, October 7, 2026
31.4 C
Odisha

    ଭାଙ୍ଗୁଛି ସଂଖ; ଦଳ ଛାଡ଼ିଲେ ଡ.ଭବାନୀ ଶଙ୍କର ନିଆଲ

    ଆଗକୁ ପଢନ୍ତୁ

    ଭବାନୀପାଟଣା:କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବରିଷ୍ଠ ବିଜେଡି ନେତା ତଥା ଅନ୍ତର୍ଜାତୀୟ କବି ଡ. ଭବାନୀ ଶଙ୍କର ନିଆଲ ବୁଧବାର ବିଜେଡି ଛାଡିଛନ୍ତି। ଏ ନେଇ ତାଙ୍କ ଇସ୍ତଫାପତ୍ରକୁ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରେରଣ କରିଛନ୍ତି । ଗତ ୧୫ବର୍ଷ ହେବ ସେ ବିଜେଡି ସହିତ ଜଡ଼ିତ ଥିଲେ। ତେବେ କେଉଁ କାରଣରୁ ସେ ବିଜେଡି ଛାଡ଼ିଛନ୍ତି ସେ ବିଷୟରେ କିଛି ପତ୍ରରେ ଉଲ୍ଲେଖ କରିନାହାନ୍ତି । ସେହିପରି କିଛିଦିନ ପୂର୍ବରୁ କଳାହାଣ୍ଡି ଜିଲା ବିଜୁ ଛାତ୍ର ଜନତା ଦଳରୁ ଇସ୍ତଫା ଦେଇଥିଲେ ଯୁବ ନେତା କିରଣ କୁମାର ପ୍ରଧାନୀ। ସେ ତାଙ୍କ ଇସ୍ତଫାପତ୍ରକୁ ଜିଲା ଛାତ୍ର ସଭାପତି ଅଜିତ କୁମାର ସାହୁଙ୍କୁ ପଠାଇଥିଲେ। ଗତ ୨୦୧୪ ମସିହାରୁ ସେ ବିଜୁ ଛାତ୍ର ଜନତା ଦଳର ଜିଲା ସୋସିଆଲ ମିଡିଆ ଦାୟିତ୍ୱ ତୁଲାଇ ଆସୁଥିବାବେଳେ ବିଜେଡିର ପ୍ରାଥମିକ ସଦସ୍ୟ ମଧ୍ୟ ରହିଥିଲେ। ଗତ ବର୍ଷେ ହେଲା ଦଳ ତାଙ୍କୁ ଜାଣିଶୁଣି ଅବହେଳା କରୁଥିବାରୁ ଶେଷରେ ସେ ଦଳ ଛାଡ଼ିଥିବା କହିଥିଲେ। ଅନ୍ୟପକ୍ଷରେ ଜଣଙ୍କ ପରେ ଜଣେ ଦଳରୁ ଇସ୍ତଫା ଦେଇ ଚାଲିଥିବାବେଳେ ବିଜେଡିର ଶକ୍ତି କମୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ