Saturday, August 22, 2026
24.4 C
Odisha

    ଭାରତକୁ ବକ୍ସିଂରେ ମିଳିଲା ଦୁଇଟି ସ୍ବର୍ଣ୍ଣ, ପ୍ରୀତି ଏବଂ ଜାସମିନ କଲେ କମାଲ୍

    ଆଗକୁ ପଢନ୍ତୁ

    ଗ୍ଲାସଗୋ  :   ଗ୍ଲାସଗୋରେ ଚାଲିଥିବା ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବକ୍ସିଂରେ ଦମଦାର ପ୍ରଦର୍ଶନ ବଳରେ ଭାରତକୁ ଦୁଇଟି ସ୍ବର୍ଣ୍ଣ ପଦକ ମିଳିଛି । ପ୍ରୀତି ପାୱାର ମହିଳା ୫୪ କିଗ୍ରା ବର୍ଗ ଫାଇନାଲରେ କାନାଡାର ସ୍କାରଲେଟ୍ ଡେଲଗାଡୋଙ୍କୁ ୫-୦ ରେ ପରାସ୍ତ କରି ଭାରତ ପାଇଁ ବକ୍ସିଂରେ ପ୍ରଥମ ସ୍ୱର୍ଣ୍ଣ ହାସଲ କରିଛନ୍ତି ।

    ପ୍ରଥମେ ଭାରତୀୟ ମହିଳା ବକ୍ସର ପ୍ରୀତି ପାୱାର ମହିଳା ୫୪ କିଗ୍ରା ବର୍ଗ ଫାଇନାଲରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଫାଇନାଲ ମୁକାବିଲାରେ ପ୍ରୀତି କାନାଡାର ସ୍କାରଲେଟ୍ ଡେଲଗାଡୋଙ୍କ ସହ ମୁହାଁମୁହିଁ ହୋଇଥିଲେ । ପ୍ରୀତି ୫-୦ ରେ ପ୍ରତିପକ୍ଷଙ୍କୁ ପରାସ୍ତ କରି ଏହି ବିଜୟ ହାସଲ କରିଛନ୍ତି । ଶେଷ ରାଉଣ୍ଡରେ ଭାରତ ପାଇଁ ବକ୍ସିଂରେ ସ୍ୱର୍ଣ୍ଣ ପଦକ ପକ୍କା କରିଥିଲେ ପ୍ରୀତି ।

    ସେହିପରି ଜାସମିନ୍ ଲାମ୍ବୋରିଆ ମହିଳା ୫୭ କିଗ୍ରା ଫାଇନାଲରେ ନର୍ଦନ ଆୟର୍ଲ୍ୟାଣ୍ଡର ଡିଫେଣ୍ଡିଂ ଚାମ୍ପିୟନ୍ ମାଇକେଲା ୱାଲ୍ସଙ୍କୁ ୫-୦ ରେ ପରାସ୍ତ କରି ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି । ପ୍ରୀତି ପାୱାର ଏବଂ ଜାସମିନଙ୍କ ସ୍ୱର୍ଣ୍ଣ ପଦକ ସହ ଭାରତର ସମୁଦାୟ ପଦକ ସଂଖ୍ୟା ୨୭ ରେ ପହଞ୍ଚିଛି । ୭ ସ୍ୱର୍ଣ୍ଣ, ୧୩ ରୌପ୍ୟ, ୭ କାଂସ୍ୟ ପଦକ ସହ ଭାରତକୁ ମୋଟ ୨୭ ପଦକ ମିଳିସାରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    95 %
    1.3kmh
    100 %
    Sat
    25 °
    Sun
    28 °
    Mon
    26 °
    Tue
    29 °
    Wed
    30 °

    ସମ୍ବନ୍ଧିତ