Saturday, August 22, 2026
24.4 C
Odisha

    ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା, ତଦନ୍ତ କରୁଛି ପୋଲିସ

    ଆଗକୁ ପଢନ୍ତୁ

    ପୁରୀ : ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହତ୍ୟା । ଜମିଜମା ବିବାଦକୁ କେନ୍ଦ୍ର କରି ନୃଶଂସ ହତ୍ୟାକାଣ୍ଡ ଘଟିଛି । ପୁରୀ ଜିଲ୍ଲା ଚନ୍ଦନପୁର ଥାନା ମହାନା ସାହି ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ସେହି ଗାଁର କାଳିଆ ମଲ୍ଲିକ ।

    ମୃତ କାଳିଆଙ୍କ ସହ ଗାଁର ଛବିମନ୍ୟୁ ଦାସଙ୍କ ଜମିଜମା ବିବାଦ ରହିଥିଲା । ଗତକାଲି ସକାଳେ ଛବିମନ୍ୟୁ ଗାଁ ଛକରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିବାବେଳେ କାଳିଆ ତାଙ୍କୁ ଆକ୍ରମଣ କରିଥିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ଛବିମନ୍ୟୁଙ୍କ ସହଯୋଗୀ କାଲି ରାତିରେ କାଳିଆକୁ ଅତର୍କିତ ଭାବେ ଖଣ୍ଡା ଦ୍ବାରା ଗୋଡାଇ ଗୋଡ଼ାଇ ହାଣିଥିଲେ । ଗୁରୁତର ଅବସ୍ଥାରେ ଚନ୍ଦନପୁର ଥାନା ପୋଲିସ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ କାଳିଆର ମୃତ୍ୟୁ ଘଟିଛି । ଅନ୍ୟପଟେ ଚନ୍ଦନପୁର ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    95 %
    1.3kmh
    100 %
    Sat
    25 °
    Sun
    28 °
    Mon
    26 °
    Tue
    29 °
    Wed
    30 °

    ସମ୍ବନ୍ଧିତ