Wednesday, October 7, 2026
30.3 C
Odisha

    ଭାରତକୁ ୨୯୭ଟି ପ୍ରାଚୀନ କଳାକୃତି ଫେରାଇ ଦେଲା ଯୁକ୍ତରାଷ୍ଟ୍ର ଆମେରିକା

    ଆଗକୁ ପଢନ୍ତୁ

    ଘନିଷ୍ଠ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ଏବଂ ଅଧିକ ସାଂସ୍କୃତିକ ବୁଝାମଣାକୁ ବୃଦ୍ଧି କରିବା ପାଇଁ, ଆମେରିକାର ଷ୍ଟେଟସ୍ (ବୈଦେଶିକ) ବିଭାଗର ଶିକ୍ଷା ଏବଂ ସାଂସ୍କୃତିକ ବ୍ୟାପାର ବ୍ୟୁରୋ ଏବଂ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ରାଷ୍ଟ୍ରପତି ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ସହଯୋଗ ବୃଦ୍ଧି କରିବାକୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ଯାହା ଜୁନ୍ ୨୦୨୩ ରେ ସେମାନଙ୍କର ବୈଠକ ପରେ ଜାରି ମିଳିତ ବିବୃତ୍ତିରେ ପରିଲକ୍ଷିତ ହୋଇଥିଲା, ତାହାକୁ ପୂରଣ କରିବା ନିମନ୍ତେ ଜୁଲାଇ ୨୦୨୪ ରେ ଏକ ସାଂସ୍କୃତିକ ସମ୍ପତ୍ତି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ।

    ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅବସରରେ ଆମେରିକା ପକ୍ଷରୁ ଭାରତରୁ ଚୋରି ହୋଇଥିବା କିମ୍ବା ଚୋରା ଚାଲାଣ ହୋଇଥିବା ୨୯୭ ପୁରାତନ କଳାକୃତିକୁ ଫେରାଇ ଆଣିବା ସହଜ ହୋଇଥିଲା । ଏଗୁଡିକ ଖୁବ୍ ଶୀଘ୍ର ଭାରତକୁ ଅଣାଯିବ । ଏକ ସାଙ୍କେତିକ ହସ୍ତାନ୍ତର ସମୟରେ, ଡେଲାୱେରର ୱିଲମିଙ୍ଗଟନରେ ସେମାନଙ୍କର ଦ୍ୱିପାକ୍ଷିକ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ବାଇଡେନଙ୍କୁ କିଛି ଚୟନ କରାଯାଇଥିବା ସାମଗ୍ରୀ ଦେଖାଯାଇଥିଲା । ଏହି କଳାକୃତି ପ୍ରତ୍ୟାବର୍ତ୍ତନରେ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଦର୍ଶାଇଛନ୍ତି ଯେ ଏହି କଳାକୃତିଗୁଡ଼ିକ କେବଳ ଭାରତର ଐତିହାସିକ ଓ ଭୌତିକ ସଂସ୍କୃତିର ଅଂଶ ନୁହେଁ, ବରଂ ଏହା ସଭ୍ୟତା ଏବଂ ଚେତନାର ମୂଳ ପ୍ରତୀକ ।

    ପୁରାତନ କଳାକୃତିଗୁଡିକ ଖ୍ରୀଷ୍ଟପୂର୍ବ ୨୦୦୦ ରୁ ଖ୍ରୀଷ୍ଟାବ୍ଦ ୧୯୦୦ ମଧ୍ୟରେ ପ୍ରାୟ ୪୦୦୦ ବର୍ଷ ସମୟ ଅବଧିର ଅଟେ ଏବଂ ଏହାର ଉତ୍ପତ୍ତି ଭାରତର ବିଭିନ୍ନ ସ୍ଥାନରେ ହୋଇଛି । ପୁରାତନ ସାମଗ୍ରୀଗୁଡିକ ମଧ୍ୟରେ ଅଧିକାଂଶ ପୂର୍ବ ଭାରତର ଟେରାକୋଟା କଳାକୃତି ହୋଇଥିବାବେଳେ ଅନ୍ୟଗୁଡିକ ପଥର, ଧାତୁ, କାଠ ଏବଂ ହାତୀ ଦାନ୍ତରେ ତିଆରି ଏବଂ ଏହା ଦେଶର ବିଭିନ୍ନ ଅଞ୍ଚଳ ସହିତ ସମ୍ବନ୍ଧିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ