Monday, October 5, 2026
31.3 C
Odisha

    ଏବେ ବି ଯଦି ବୁଝିପାରୁନ, ଆମକୁ ବୁଝାଇବା ଆସେ: ନେତାନ୍ୟାହୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମଧ୍ୟ ପୂର୍ବରେ ଚାଲିଥିବା ଲଢ଼େଇକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡିଯାଇଥିବାବେଳେ ନିକଟରେ ଲେବାନନରେ ୩୦୦୦ ପେଜର୍ ଏବଂ ଡଜନେ ୱାକି-ଟକି ଏକ ସମୟରେ ବିସ୍ଫୋରଣ ହେବା ପରେ ହିଜବୁଲ ମୁଖ୍ୟ ଇସ୍ରାଏଲ ଉପରେ ରକେଟ୍ ଆକ୍ରମଣ ଦାବି କରିଥିଲେ। ଏହାରି ଭିତରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ହିଜବୁଲକୁ ଚେତାବନୀ ଦେଇଛନ୍ତି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ତେଲଆଭିଭ ଗତ କିଛି ଦିନ ହେବ ଲେବାନନରେ ସଶସ୍ତ୍ର ଗୋଷ୍ଠୀ ହିଜବୁଲ ଉପରେ ଏପରି ଆକ୍ରମଣ କରିଛି ଯାହା କଳ୍ପନା ମଧ୍ୟ କରିପାରିବ ନାହିଁ। ରଏଟର୍ସ ରିପୋର୍ଟ ଅନୁଯାୟୀ ନେତାନ୍ୟାହୁ କହିଛନ୍ତି ଯେ ଯଦି ହିଜବୁଲ ଏହି କଥା ଏବେ ବି ବୁଝିପାରୁନାହିଁ, ତେବେ ମୁଁ ଆପଣଙ୍କୁ ପ୍ରତିଶୃତି ଦେଉଛି ଯେ ଏହି କଥା ଆମେ ଭଲରେ ବୁଝାଇଦେବୁ |

    ମଧ୍ୟ ପୂର୍ବରେ ଚାଲିଥିବା ତିକ୍ତତା ମଧ୍ୟରେ ଇସ୍ରାଏଲ୍ ସେନା କହିଛି ଯେ ଶନିବାର ପ୍ରାୟ ୨୯୦ ଟାର୍ଗେଟ ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ହଜାରେ ହିଜବୁଲ ରକେଟ୍ ଲଞ୍ଚ ବ୍ୟାରେଲ୍ ଅନ୍ତର୍ଭୁକ୍ତ ଥିଲା। ଇରାନ ସମର୍ଥିତ ଆନ୍ଦୋଳନର ଟାର୍ଗେଟ ଉପରେ ଏହା ଜାରି ରହିବ ବୋଲି ଆଇଡିଏଫ୍ କହିଛି। ଏହାପୂର୍ବରୁ ସେପ୍ଟେମ୍ବର ୨୦ରେ ଇସ୍ରାଏଲ ଦାବି କରିଥିଲା ​​ଯେ ବେରୁଟ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକରେ ହିଜବୁଲର ବରିଷ୍ଠ ଅଧିକାରୀ ଇବ୍ରାହିମ ଅକିଲକୁ ହତ୍ୟା କରାଯାଇଛି।

    ହିଜବୁଲ ମଧ୍ୟ ସ୍ୱୀକାର କରିଥିଲା ଯେ ଇସ୍ରାଏଲ ସହ ପ୍ରାୟ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ବରିଷ୍ଠ ନେତା ଇବ୍ରାହିମ ଅକିଲ ଏବଂ ଅନ୍ୟ ଜଣେ କମାଣ୍ଡର ଅହମ୍ମଦ ୱାହବୀଙ୍କ ସମେତ ଏହାର ୧୬ ଜଣ ସଦସ୍ୟ ନିହତ ହୋଇଥିଲେ | ଏହି ସପ୍ତାହ ଆରମ୍ଭରେ ଲେବାନନରେ ଆକ୍ରମଣ ବୃଦ୍ଧି ପାଇଥିଲା। ହିଜବୁଲ ସଦସ୍ୟଙ୍କ ଦ୍ୱାରା ବ୍ୟବହୃତ ପେଜର୍ ଏବଂ ୱାକି-ଟକି ବିସ୍ଫୋରଣ ହୋଇଥିଲା, ଯେଉଁଥିପାଇଁ ହିଜବୁଲ ଇସ୍ରାଏଲକୁ ଦାୟୀ କରିଥିଲା |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.3 ° C
    31.3 °
    31.3 °
    48 %
    2.7kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ