Wednesday, April 8, 2026
34.5 C
Odisha

    ଭାରତରେ ଆକ୍ରମଣ ପାଇଁ ପାକିସ୍ତାନରେ ଗଠନ ହୋଇଛି ଟେରର୍ କ୍ୟାବିନେଟ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜମ୍ମୁ-କଶ୍ମିରରେ କ୍ରମାଗତ ଭାବେ ବଢୁଥିବା ଆତଙ୍କବାଦୀ ଆକ୍ରମଣ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଯେଉଁଥିରୁ ସୁରକ୍ଷା ବାହିନୀକୁ ଟାର୍ଗେଟ ସଠିକ ଭାବରେ କରାଯାଉଥିବା ଆତଙ୍କବାଦୀ ଆକ୍ରମଣ ପଛର କାରଣ ଜଣା ପଡିଛି। ଭାରତରେ ଯୋଜନାବଧ ଭାବେ ଆକ୍ରମଣ କରିବା ପାଇଁ ଅନେକ ବେଆଇନ ସଂଗଠନ ମଧ୍ୟରେ ମଧ୍ୟସ୍ଥତା କରିବା ଏବଂ ସେମାନଙ୍କ ମଧ୍ୟରେ କାର୍ଯ୍ୟ ଭାଗ କରି ସମନ୍ଵୟ ରଖିବା ପାକିସ୍ତାନ ସେନା ଏକ ନୂତନ ସିଣ୍ଡିକେଟ୍ ସୃଷ୍ଟି କରିଛି।

    ରିପୋର୍ଟ ଅନୁଯାୟୀ ଏହା ପଛରେ ସମ୍ପୂର୍ଣ୍ଣ ଯୋଜନା ଗତ ଶୀତ ଆରମ୍ଭରେ ପାକିସ୍ତାନର ବାହାବଲପୁରରେ ବହୁ କୁଖ୍ୟାତ ଆତଙ୍କବାଦୀ ସଂଗଠନର ସମାବେଶରେ ହୋଇଥିଲା। ଏଥିରେ ଜୈଶ-ଏ-ମହମ୍ମଦ (ଜେଏମ) ମୁଖ୍ୟ ମାସୁଦ ଅଜହର, ଅଲ ବଦର କମାଣ୍ଡର ବଖତ ଜାମିନ, ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନ ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସାମିଲ ହୋଇଥିଲେ। ଗୁପ୍ତଚର ରିପୋର୍ଟ ଅନୁଯାୟୀ ଏଠାରେ ଆତଙ୍କବାଦୀଙ୍କ ମଧ୍ୟରେ ଏକ ମିଳିତ ମଞ୍ଚ ଗଠନ କରାଯାଇଥିଲା। ଏହା ପରେ ବିଭିନ୍ନ ଆତଙ୍କବାଦୀ ୟୁନିଟ୍ ମଧ୍ୟରେ ନିଯୁକ୍ତି, ତାଲିମ, ଅସ୍ତ୍ରଶସ୍ତ୍ର ଏବଂ ଗୁଳି, ପାଣ୍ଠି, ରାସନ-ପାଣି ଏବଂ ପ୍ରଚାର ଭଳି କାର୍ଯ୍ୟ ବଣ୍ଟନ କରାଯାଇଥିଲା ଏବଂ ସମସ୍ତଙ୍କୁ ନିଜ କାର୍ଯ୍ୟ ବଣ୍ଟନ କରାଯାଇଥିଲା। ଅର୍ଥାତ ଭାରତରେ ଆତଙ୍କୀ କାର୍ଯ୍ୟକଳାପ ବଢାଇବା ପାଇଁ ପାକିସ୍ତାନରେ ଏକ ଆତଙ୍କବାଦୀ କ୍ୟାବିନେଟ୍ ଗଠନ କାରାଯାଇଥିଲା। ନିମ୍ନରେ ଆପଣ ପାକିସ୍ତାନର ନୂତନ ଆତଙ୍କବାଦୀ କ୍ୟାବିନେଟ୍ ବିଷୟରେ ଜାଣିପାରିବେ ଯାହା ନିର୍ବାଚନ ପୂର୍ବରୁ ଜମ୍ମୁ କଶ୍ମିରରେ ପ୍ରବାହିତ ରକ୍ତ ପାଇଁ ଦାୟୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    23 %
    0.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ