Friday, August 28, 2026
24.2 C
Odisha

    ଭାରତରେ ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ ଉପରେ ନିତି ଆୟୋଗ ରିପୋର୍ଟ,ବିଦେଶୀ ଶିକ୍ଷାର୍ଥୀଙ୍କୁ ଆପଣାଇବାରେ କିଟ୍‍ ଦେଶର ୫ମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଉଚ୍ଚଶିକ୍ଷା ପାଇଁ ଓଡ଼ିଶା ବିଦେଶୀ ଛାତ୍ରଛାତ୍ରୀଙ୍କର ଏକ ପସନ୍ଦଯୋଗ୍ୟ ହବ୍‍ ରେ ପରିଣତ ହୋଇଛି। ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ବୃତ୍ତିଗତ ପ୍ରତିଷ୍ଠାନଗୁଡ଼ିକରେ ବିଦେଶୀ ଶିକ୍ଷାର୍ଥୀଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି ବୋଲି ନିକଟରେ ନିତି ଆୟୋଗର ରିପୋର୍ଟ ପ୍ରକାଶ ପାଇଛି। ଭାରତରେ ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ ଉପରେ ନିତି ଆୟୋଗର ରିପୋର୍ଟ ଅନୁସାରେ ୨୦୨୧-୨୨ ଶିକ୍ଷାବର୍ଷରେ ଓଡ଼ିଶାକୁ ସର୍ବାଧିକ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷାଲାଭ ପାଇଁ ଆସିଛନ୍ତି।

    ନିତି ଆୟୋଗ ରିପୋର୍ଟରେ ଭାରତର କେଉଁ ରାଜ୍ୟରେ କେତେ ପିଲା ପଢୁଥିଲେ ଓ କେତେ ବଢ଼ିଛନ୍ତି ତା ଉପରେ ପୁଙ୍ଖାନୁପୁଙ୍ଖ ସୂଚନା ଦିଆଯାଇଛି। ଖୁସିର କଥା ଓଡ଼ିଶାରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହା ସହ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆପଣାଇବାରେ ଭାରତର ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ସେହିପରି ଦେଶର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି ଓ ବିଦେଶୀ ଛାତ୍ରଛାତ୍ରୀ ଆପଣାଇବାରେ କିଟ୍‍ ଦେଶରେ ପଞ୍ଚମ ସ୍ଥାନରେ ରହିଛି। ରିପୋର୍ଟରେ କୁହାଯାଇଛି, କୋଲକାତା ଓ ହାଇଦ୍ରାବାଦ ଆଦି କସମୋପଲିଟାନ୍‍ ନଗର ହୋଇଥିବା ବେଳେ ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶଠାରୁ ଓଡ଼ିଶାରେ ଅଧିକ ବିଦେଶୀ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି।

    ଗୁରୁତ୍ୱପୂର୍ଣ୍ଣ ବିଷୟ, ନିତି ଆୟୋଗ ରିପୋର୍ଟ ଅନୁସାରେ ଦେଶର ପୂର୍ବାଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମୋଟ ୨୩୬୨ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରୁଥିବା ବେଳେ କେବଳ କିଟ୍‍ ରେ ୨ହଜାର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। କିଟ୍‍ ରେ ବିଶ୍ୱର ୭୦ଟି ବିଭିନ୍ନ ଦେଶରୁ ୨ ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଭାରତରେ ୫ଟି ଘରୋଇ ବିଶ୍ୱବିଦ୍ୟାଳୟରେ ସର୍ବାଧିକ ବିଦେଶୀ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସେଥିମଧ୍ୟରୁ ସର୍ବାଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବା କିଟ୍‍ ୫ମ ସ୍ଥାନରେ ରହିଛି।

    ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ଛାତ୍ରଛାତ୍ରୀ କିଟ୍‍ରୁ ଉତ୍ତୀର୍ଣ୍ଣ ହୋଇ ସାରିଛନ୍ତି। ଭୁବନେଶ୍ୱର ଏକ ଟାୟାର୍‍-ଟୁ ସହର ଓ ଏଠାକୁ ଇଣ୍ଟରନ୍ୟାସ୍‍ନାଲ୍‍ ଫ୍ଲାଇଟ୍‍ ସଂଯୋଗର ବିଶେଷ ସୁବିଧା ନଥିଲେ ମଧ୍ୟ କିଟ୍‍ ରେ ଶିକ୍ଷାଦାନ ସୁନାମ ଓ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୟାନ୍ୟ ବିଭିନ୍ନ ସୁବିଧା ସୁଯୋଗ ଦିଆଯାଉଥିବାରୁ କିଟ୍‍ ପ୍ରତି ବିଦେଶୀ ଛାତ୍ରଛାତ୍ରୀଙ୍କ ଆକର୍ଷଣ ରହିଛି ।

    ଭାରତ ସରକାରଙ୍କ ନୂଆ ଶିକ୍ଷାନୀତି (ଏନ୍‍ଇପି) ୨୦୨୦ ଅନୁସାରେ ଯେଉଁ ଶିକ୍ଷାନୁଷ୍ଠାନରେ ଯେତେ ଅଧିକ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷାଲାଭ କରିବେ, ସେହି ଅନୁସାରେ ଉକ୍ତ ଅନୁଷ୍ଠାନ ବା ରାଜ୍ୟକୁ ସରକାର ସେତିକି ଗୁରୁତ୍ୱ ଦିଆଯାଉଛି।

    କିଟ୍‍ ରେ ସର୍ବାଧିକ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷାଲାଭର ସୁଯୋଗ ସୃଷ୍ଟି କରିଥିବାରୁ ବୁଦ୍ଧିଜୀବୀମାନେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦୂରଦୃଷ୍ଟିକୁ ସାଧୁବାଦ ଜଣାଇଛନ୍ତି। ୨୦୧୨ ମସିହାରେ ଓଡ଼ିଶାରେ ମାତ୍ର ୧୨ ଜଣ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏବେ କେବଳ କିଟ୍‍ ରେ ୨ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଆଗାମୀ ଶିକ୍ଷାବର୍ଷରେ କିଟ୍‍ ରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଶ୍ରୀ ସାମନ୍ତ ଆଶା ପ୍ରକାଶ କରିଛନ୍ତି । କିଟ୍‍ ରେ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଭିତ୍ତିଭୂମି, ଶିକ୍ଷା ପରିବେଶ, ସୌନ୍ଦର୍ଯ୍ୟକରଣ, ସବୁଜିମା, ଓ ବିଶେଷକରି କ୍ରୀଡ଼ା ଭିତ୍ତିଭୂମି ଆଦି ସୁବିଧା ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    95 %
    2.1kmh
    89 %
    Fri
    30 °
    Sat
    28 °
    Sun
    29 °
    Mon
    24 °
    Tue
    23 °

    ସମ୍ବନ୍ଧିତ