Wednesday, April 1, 2026
27.7 C
Odisha

    ଭାରତରେ ଲିଓନେଲ ମେସି, ୭୦ ଫୁଟ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ

    ଆଗକୁ ପଢନ୍ତୁ

    କୋଲକାତା : ଭାରତରେ ଆର୍ଜେଣ୍ଟିନାର ଫୁଟବଲ ଲିଜେଣ୍ଡ ଲିଓନେଲ ମେସି  ୧୪ ବର୍ଷ ପରେ  ଗତକାଲି କୋଲକାତାରେ ପହଞ୍ଚିଛନ୍ତି  । ମେସିଙ୍କ ଗୋଟେ ଝଲକ ପାଇବାକୁ କୋଲକାତାର ନେତାଜୀ ସୁବାସ ଚନ୍ଦ୍ର ବୋଷ ଏୟାରପୋର୍ଟରେ ଘଣ୍ଟା ଘଣ୍ଟା ଧରି ଫ୍ୟାନ ମାନେ ଅପେକ୍ଷା କରି ରହିଥିଲେ ।

    ୩ ଦିନିଆ G.O.A.T ଇଣ୍ଡିଆ ଟୁରରେ ଥିବା ମେସିଙ୍କୁ କୋଲକାତାରେ ଭବ୍ୟ ସ୍ବାଗତ କରାଯାଇଛି । ମେସିଙ୍କ ସମ୍ମାନରେ କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏ ଅବସରରେ ମେସିଙ୍କର ଏକ ୭୦ ଫୁଟ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବ । ମେସି ନିଜେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ୨୦୧୧ ମସିହାରେ ଆର୍ଜେଣ୍ଟିନା ଦଳ ଭେନେଜୁଏଲା ବିପକ୍ଷରେ ସଲ୍ଟ ଲେକ ଷ୍ଟାଡିୟମରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିଥିଲା । ଏହି ଗସ୍ତ ଅବସରରେ କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ଓ ନୂଆଦିଲ୍ଲୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ ହୋଇଛି। ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଶାହରୁଖ ଖାନ୍, ବାଇଚୁଙ୍ଗ ଭୁତିଆ, ରେବନ୍ତ ରେଡ୍ଡୀଙ୍କୁ ଭେଟିବେ ଲିଓନେଲ ମେସି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.7 ° C
    27.7 °
    27.7 °
    49 %
    2.3kmh
    1 %
    Wed
    28 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ