Monday, March 2, 2026
26.9 C
Odisha

    ଭାରତୀୟ ଇଞ୍ଜିନିଅରଙ୍କ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ଆମେରିକା :ଚାଟ ଜିପିଟି(ChatGPT) ନିର୍ମାତା ଓପନଏଆଇ (OpenAI)ର ପୂର୍ବତନ ଗବେଷକ ତଥା ୨୬ ବର୍ଷୀୟ ଭାରତୀୟ ଇଞ୍ଜିନିଅର ସୁଚିର ବାଲାଜୀଙ୍କ ମୃତ୍ୟୁ ଘଟିଛି। ଆମେରିକାର ସାନ ଫ୍ରାନସିସ୍‌କୋସ୍ଥିତ ଫ୍ଲାଟରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ସୁଚିର OpenAIର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଥିଲେ। ସାନ ଫ୍ରାନସିସକୋ ପୁଲିସ ସୂଚନା ଅନୁସାରେ, ନଭେମ୍ବର ୨୬ରେ ସୁଚିରଙ୍କ ମୃତ୍ୟୁ ଘଟିଥିବାବେଳେ ଡିସେମ୍ବର ୧୪ରେ ଘଟଣା ସାମ୍ନାକୁ ଆସିଛି।ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୁଚିର କିଛି ଦିନ ହେବ ନିଜ ଘରୁ ବାହାରକୁ ଆସି ନ ଥିଲେ। ନିଜ ବନ୍ଧୁ ଏବଂ ସହକର୍ମୀମାନେ ତାଙ୍କୁ ଫୋନ କରୁଥିଲେ ମଧ୍ୟ ସେ ଉତ୍ତର ଦେଉ ନ ଥିଲେ। ଫଳରେ କିଛି ବନ୍ଧୁ ଏବଂ ସହକର୍ମୀ ତାଙ୍କୁ ଫ୍ଲାଟରେ ପହଞ୍ଚିଥିଲେ। କିନ୍ତୁ କବାଟ ଭିତରପଟୁ ବନ୍ଦ ରହିଥିଲା। ତେଣୁ ସେମାନେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ କବାଟ ଭାଙ୍ଗି ଭିତରକୁ ଯିବା ପରେ ସୁଚିରଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଏହା ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି।ନ୍ୟୁୟର୍କ ଟାଇମ୍ସକୁ ସାକ୍ଷାତକାର ଦେବା ସମୟରେ ସୁଚିର ଅଭିଯୋଗ କରିଥିଲେ ଯେ, OpenAIର କାର୍ଯ୍ୟଶୈଳୀ ଇଣ୍ଟରନେଟ ଇକୋସିଷ୍ଟମ ଏବଂ ଏଥିରେ ଜଡିତ ବ୍ୟବସାୟ ଓ ଲୋକଙ୍କ ପାଇଁ ହାନିକାରକ, ଯେଉଁମାନଙ୍କ ତଥ୍ୟକୁ ସେମାନଙ୍କ ବିନା ସମମତିରେ OpenAI ଦ୍ଵାରା ବ୍ୟବହାର କରାଯାଉଛି। ସୁଚିରଙ୍କ ଅଭିଯୋଗ ଅନେକ ଲେଖକ, ପ୍ରୋଗ୍ରାମର ଏବଂ ସାମ୍ବାଦିକମାନଙ୍କ ଦ୍ଵାରା OpenAI ବିରୋଧରେ ଦାୟର କରାଯାଇଥିବା ମାମଲାଗୁଡ଼ିକର ମୂଳ ଆଧାର। ମକଦ୍ଦମାକାରୀମାନେ ଦାବି କରିଛନ୍ତି ଯେ, OpenAI ନିଜର ChatGPTକୁ ପ୍ରଶିକ୍ଷିତ କରାଇବା ଲାଗି ସେମାନଙ୍କ କପିରାଇଟ୍‌ କାର୍ଯ୍ୟଗୁଡ଼ିକୁ ଅବୈଧ ରୂପେ ବ୍ୟବହାର କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.9 ° C
    26.9 °
    26.9 °
    23 %
    1.5kmh
    1 %
    Mon
    29 °
    Tue
    36 °
    Wed
    37 °
    Thu
    38 °
    Fri
    39 °

    ସମ୍ବନ୍ଧିତ