Thursday, October 8, 2026
22.5 C
Odisha

    ଭାରତୀୟ ଜୁନିୟର ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ବିଦେଶୀ ପ୍ରଶିକ୍ଷକଙ୍କୁ ନିଯୁକ୍ତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   : ଭାରତୀୟ ଜୁନିୟର ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ବିଦେଶୀ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରିଛି ହକି ଇଣ୍ଡିଆ। ଭାରତୀୟ ଜୁନିୟର ପୁରୁଷ ହକି ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବେ ଫ୍ରାନ୍‌ସର ଫେଡରିକ୍‌ ସୋଏଜ୍‌ ନିଯୁକ୍ତ ହୋଇଛନ୍ତି। ହକି ଇଣ୍ଡିଆ ପକ୍ଷରୁ ଏ ନେଇ ଗତକାଲି ଘୋଷଣା କରାଯାଇଛି। ପୂର୍ବତନ ଫ୍ରାନ୍‌ସ ଖେଳାଳି ସୋଏଜ୍‌ଙ୍କ ନିକଟରେ ୩୦ ବର୍ଷର ଅଭିଜ୍ଞତା ରହିଛି। ସୋଏଜ୍‌ ୧୫ ବର୍ଷ ଫ୍ରାନ୍‌ସ ପାଇଁ ହକି ଖେଳିବ​‌। ପରେ ୧୫ ବର୍ଷ ହେବ ପ୍ରଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି।

    ୟୁରୋପୀୟ ହକିରେ ସୋଏଜ ଜଣେ ଜଣାଶୁଣା ଖେଳାଳି ଓ ପ୍ରଶିକ୍ଷକ । ସୋଏଜ୍‌ ଫ୍ରାନ୍‌ସ ପାଇଁ ୧୯୯୫ରୁ ୨୦୧୦ ପର୍ଯ୍ୟନ୍ତ ୧୯୬ଟି ମ୍ୟାଚ ଖେଳି ୧୯୫ଟି ଗୋଲ ଦେଇଛନ୍ତି। ଖେଳରୁ ଅବସର ନେବା ପରେ ଫ୍ରାନ୍‌ସ ଓ ସ୍ପେନ ପାଇଁ ଦୀର୍ଘ ୧୫ ବର୍ଷ ହେବ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ୨୦୧୬ ରିଓ ଓ ୨୦୨୦ ଟୋକିଓ ଅଲିମ୍ପିକ୍‌ସରେ ସ୍ପେନ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ସେହିପରି ୨୦୨୪ ପ୍ୟାରିସ ଅଲିମ୍ପିକ୍‌ସରେ ମଧ୍ୟ ଫ୍ରାନ୍‌ସ ଦଳର ପ୍ରଶିକ୍ଷକ ରହିଥିଲେ।ତାଙ୍କ ପ୍ରଶିକ୍ଷଣରେ ସ୍ପେନ ୨୦୧୯ରେ ୟୁରୋପିଆନ ଚମ୍ପିଆନସିପରେ ରୌପ୍ୟ, ରିଓ ଓ ଟୋକିଓ ଅଲିମ୍ପିକ୍‌ସରେ କ୍ବାର୍ଟର ଫାଇନାଲରେ ପହଞ୍ଚିଥିଲା। ସେହିପରି ସୋଏଜଙ୍କ ପ୍ରଶିକ୍ଷଣରେ ଫ୍ରାନ୍‌ସ ୨୦୧୩ ଜୁନିୟର ହକି ବିଶ୍ବକପରେ ରୌପ୍ୟ, ୨୦୨୫ ୟୁରୋପିଆନ ଚମ୍ପିଆନସିପରେ ରୌପ୍ୟ ପଦକ ଜିତିଥିଲା।

    ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ କହିଛନ୍ତି ଯେ, ହକି ଇଣ୍ଡିଆ ପରିବାରକୁ ସୋଏଜଙ୍କୁ ସ୍ବାଗତ କରୁଛୁ। ତାଙ୍କ ନିକଟରେ ଅନ୍ତର୍ଜାତୀୟ ହକିରେ ଅନେକ ଅଭିଜ୍ଞତା ରହିଛି। ଅଲିମ୍ପିକ୍‌ସ, ୟୁରୋପିଆନ ଚମ୍ପିଆନସିପରେ ପ୍ରଶିକ୍ଷଣ ଦେବାର ଅଭିଜ୍ଞତା ରହିଛି। ୨୦୩୬ ଅଲିମ୍ପିକ୍‌ସକୁ ଦୃଷ୍ଟିରେ ରଖି ବିଦେଶୀ ପ୍ରଶିକ୍ଷକଙ୍କ ସହାୟତା ନିଆଯାଇଛି। ଯୁବ ଖେଳାଳିମାନଙ୍କୁ ଦକ୍ଷ କରିବା ନେଇ ଜୁନିୟର ପୁୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଭ​‌ାବେ ସୋଏଜ୍‌ଙ୍କୁ ନିଯୁକ୍ତ କରାଯାଇଛି ବୋଲି ଶ୍ରୀ ତିର୍କୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ