Wednesday, April 22, 2026
34.8 C
Odisha

    ଭାରତ ଆସୁଥିବା ଜାହାଜକୁ ଗୁଳିମାଡ଼ କଲା IRGC, ଜବତ କରି ନେଲା ଇରାନ ସେନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଇରାନ ରିଭୋଲ୍ୟୁଶନରୀ ଗାର୍ଡ କପର୍ସ (IRGC) ଦୁଇଟି ଜାହାଜ ଉପରେ ଗୁଳିମାଡ଼ କରିବା ସହିତ ନିଜ କବଜା କରିଛି । ଏଥିରୁ ଗୋଟିଏ ଜାହାଜ ଭାରତକୁ ଆସୁଥିଲା ବୋଲି ଜଣାପଡିଛି । ଦୁବାଇରୁ ଗୁଜରାଟର ମୁନ୍ଦ୍ରା ବନ୍ଦରକୁ ଆସୁଥିଲା । ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବା ପରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ କରିବା ପରେ ୨ଟି ଜାହାଜକୁ ନିଜ ଅକ୍ତିଆରକୁ ନେଇଛି IRGC ।

    ଖବର ମୁତାବକ, ଇରାନ ଜବତ କରିଥିବା ଜାହାଜ MSC Francesca ଏବଂ Epaminodes ବୋଲି ଜଣାପଡିଛି । Epaminodes ଜାହାଜଟି ଗୁଜରାଟର ମୁନ୍ଦ୍ରା ଆସୁଥିବା ଗୁଳିମାଡ଼ ହୋଇଛି । ଗୁଳିମାଡ଼ କରିବା ପରେ ଜାହାଜକୁ କବଜା କରିନେଇଛି IRGC । ଫଳରେ ଭାରତର ଚିନ୍ତା ବଢିଛି ।

    ଇରାନ ନୌସେନା ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି କି, MSC Francesca ଏବଂ Epaminodes ବିନା ଅନୁମତିରେ ଅପରେଟ ହେଉଥିଲା । ଏମାନେ ନେଭିଗେସନ ସିଷ୍ଟମକୁ ହେରଫେର କରିଛନ୍ତି । ଫଳରେ ସମୁଦ୍ର ସୁରକ୍ଷାକୁ ବିପଦ ଦେଖାଦେଇଛି । ଏହାକୁ IRGC ନୌସେନା ଜବତ କରି ଇରାନ ତଟକୁ ନେଇଯାଇଛି । ଏହି ଦୁଇଟି ଜାହାଜ ଏବେ ଇରାନ କ୍ଷେତ୍ରରେ ରହିଛି । ଜାହାଜର ଜିନିଷ, ଡକ୍ୟୁମେଣ୍ଟସ ଏବଂ ସମ୍ବନ୍ଧୀୟ ରେକର୍ଡ ଯାଞ୍ଚ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.8 ° C
    34.8 °
    34.8 °
    14 %
    1.9kmh
    2 %
    Wed
    37 °
    Thu
    42 °
    Fri
    44 °
    Sat
    43 °
    Sun
    44 °

    ସମ୍ବନ୍ଧିତ